ଭୁବନେଶ୍ୱର/ନୂଆପଡ଼ା,୩ା୧୧(ରବିନାରାୟଣ ଜେନା/ମକାରୁ ବେମାଲ): ବିଜୁ ଜନତା ଦଳ(ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇବେ। ଏନେଇ ବିଜେଡି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନବୀନ ନିବାସରୁ ପୂର୍ବାହ୍ନ ୯.୩୦ ମିନିଟ୍ରେ ନବୀନ ପଟ୍ଟନାୟକ ବାହାରି ନୂଆପଡ଼ାର ଗୋତ୍ମା ଏୟାରଷ୍ଟ୍ରିପ୍ଠାରେ ୧୦ଟା ୫୫ମିନିଟ୍ରେ ପହଞ୍ଚିବେ । ସେଠାରୁ କୋମନାର ତରବୋଡସ୍ଥିତ ସମ୍ଭବ ପଡ଼ିଆରେ ପହଞ୍ଚି ଜନସଭାରେ ଯୋଗଦେବେ। ନୂଆପଡ଼ାର କୋମନା ବ୍ଲକରେ ପ୍ରାୟ ୨ ଘଣ୍ଟା ଧରି ନବୀନ ଜନସଭାକୁ ସମ୍ବୋଧିତ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ୧୫ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି।