ଦିବ୍ୟାଙ୍ଗ ଛାତ୍ରଙ୍କ ଇଚ୍ଛା ପୂରଣ କଲେ ନବୀନ

ଛତ୍ରପୁର,୩।୧(ଦିଲ୍ଲୀପ ସାମଲ): ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିବ୍ୟାଙ୍ଗ ଛାତ୍ର ସୁଗମ କୁମାର ପାଢ଼ୀ(ମୁରାରୀ) ଭେଟି ଖୁସି ଜାହିର କରିଛନ୍ତି । ସେ ଗଞ୍ଜାମ ଜିଲା ଛତ୍ରପୁର ସହରର ସତ୍ୟବାଦୀନଗର ନିବାସୀ ଆଇନଜୀବୀ ମନୋଜ କୁମାର ପାଢ଼ୀଙ୍କ ପୁତ୍ର।

ସୁଗମ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୭ମ ଶ୍ରେଣୀ ଅଧ୍ୟୟନରତ ଛାତ୍ର । ସେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଭେଟିବା ନିମନ୍ତେ ଇଚ୍ଛା ପ୍ରକାଶ କରିଥିବାରୁ ପରିବାର ପକ୍ଷରୁ ତାଙ୍କୁ ଭେଟିବା ପାଇଁ ଚିଠି ଲେଖିଥିଲେ। ଚିଠି ପାଇ ବିରୋଧୀ ଦଳ ନେତା ନବୀନ ଦିବ୍ୟାଙ୍ଗ ଛାତ୍ରଙ୍କ ଇଚ୍ଛାପୂରଣ କରିଛନ୍ତି। ନବୀନ ଛାତ୍ରଙ୍କୁ ଭେଟି ବିଭିନ୍ନ ବିଷୟରେ ପଚାରିଥିଲେ । ଆଇନଜୀବୀ ମନୋଜ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share