ଦିଗପହଣ୍ଡିରେ ରାଷ୍ଟ୍ରୀୟ ଏକତା ଦିବସ : ପ୍ରତିଭା ଦେଖାଇଲେ …               

ଦିଗପହଣ୍ଡି,୩୧|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ଶୁକ୍ରବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟିର ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସବଜଜ  ସିନିୟର୍ ଡିଭିଜନ କୋର୍ଟର ମାଜିଷ୍ଟ୍ରେଟ ତଥା ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷା ମାହାଶ୍ୱେତା ପରିଜା, ଜେଏମଏଫସି କୋର୍ଟର ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀଙ୍କ ସମେତ ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ, କୋର୍ଟ କର୍ମଚାରୀ ଶିବରାମ ସାହୁ, ପ୍ରଦୀପ କୁମାର ଶତପଥୀ, ଅଶ୍ବିନୀ କୁମାର ପଟ୍ଟନାୟକ,ସସ୍ମିତା ମହାରଣା, ଅଞ୍ଜଳି ମହାରଣା, ସଂଗ୍ରାମ କେଶରୀ ପଣ୍ଡା,ପପୁନ ମହାରଣା, ରୁଦ୍ର ପ୍ରସାଦ ତାଣ୍ଡିଆ,ପିଲଚୁ ହେମ୍ବ୍ରମ, ନିରଞ୍ଜନ ଶବର, କେ. ନୋକେୟା ପ୍ରମୁଖ ରାଷ୍ଟ୍ରର ଏକତା,ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା,ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ନିଜକୁ ସମର୍ପଣ କରିବାକୁ ସତ୍ୟନିଷ୍ଠ ସଂକଳ୍ପ ନେଇ ଶପଥପାଠ କରିଥିଲେ।

ସେହିପରି ସ୍ଥାନୀୟ ସନ୍ଥ ଅରକ୍ଷିତ ବସଷ୍ଟାଣ୍ଡ ଠାରେ ଏନଏସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ସନ୍ତୋଷ କୁମାର ସାହୁ, ଖେମୁଣ୍ଡି କଲେଜ ଅଧ୍ୟକ୍ଷ ଅସିତ କୁମାର ଷଡ଼ଙ୍ଗୀ,ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର,କାଉନସିଲର ଦୀପକ କୁମାର ମିଶ୍ର ପ୍ରମୁଖ ସଭାରେ ମଞ୍ଚାସିନ ଥିଲେ। ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଚାରଣ କରାଯିବା ସହ ଦେଶ ସ୍ବାଧୀନତାର  ତାଙ୍କ ଅବଦାନ ସମ୍ପର୍କରେ ଉପସ୍ଥିତ ଛାତ୍ରୀ ଛାତ୍ରମାନଙ୍କୁ ସଚେତନ କରାଯାଇଥିଲା। ଦିଗପହଣ୍ଡି ଥାନା ପକ୍ଷରୁ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଘୋଡ଼ା ହାଡ଼ ଡ଼୍ୟାମ ଛକରୁ କଲେଜ ଛାତ୍ରୀ ଛାତ୍ରଙ୍କ ପକ୍ଷରୁ ମାରାଥନ ଦୌଡ଼ ସହର ପରିକ୍ରମା କରିଥିଲା।ସ୍ଥାନୀୟ ପିଏମଶ୍ରୀ ସରକାରୀ ଗାର୍ଲ୍ସ ହାଇସ୍କୁଲ ପରିସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧ ସଙ୍ଗୀତ,ଚିତ୍ରକଳା ପ୍ରତିଯୋଗୀତା କରାଯିବା ସହ ଖେମୁଣ୍ଡି ଜୁନିୟର କଲେଜ ରେ ବତ୍କୃତା ପ୍ରତିଯୋଗିତା କରାଯାଇ  କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ,ଥାନା ଏସ.ଆଇ ରାଜ କିଶୋର ପାତ୍ର,ଜ୍ୟୋତି ରଞ୍ଜନ ବେହେରା, ସୋଫିଆ ମିଶ୍ର ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।     

Dharitri – Odisha’s No.1 Odia Daily