ରାଷ୍ଟ୍ରୀୟ ଏକତା ଶିବିର: ଚମକିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର,୧୨/୧୧(ବାବୁଲା ପ୍ରଧାନ): ହରିୟାଣାର ରୋହତକସ୍ଥିତ ମହର୍ଷି ଦୟାନନ୍ଦ ବିଶବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଚାଲିଥିବା ସପ୍ତାହ ବ୍ୟାପୀ ଜାତୀୟ ଏକତା ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା (ବ୍ୟୁରୋ) ଅଧିନରେ ଥିବା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖାର
ଛାତ୍ରୀ ଶତାବ୍ଦୀ ତ୍ରିପାଠୀ, ଜି. ଉଦୟଗିରି ଆଦିବାସୀ ମହାବିଦ୍ୟାଳୟର ଛାତ୍ର ଏଲିଓ ବଳିଆରସିଂହ, ଗୋପାଳପୁର କଲେଜର ଛାତ୍ର ସୁରଜ କାର୍ଜି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ରାଜଲକ୍ଷ୍ମୀ ସାଇଁ, ଛାତ୍ର ସୁଧାଂଶୁ ଶେଖର ଦାସ, କଙ୍କରଡା ମହାବିଦ୍ୟାଳୟର ଛାତ୍ରୀ ନତାଶା କୁଆଁରୀ ସାଇଁ ଯୋଗଦେଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସେମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି ।

କଙ୍କରଡା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଶୋକ କୁମାର ନାୟକଙ୍କ ନେତୃତ୍ୱରେ ସେମାନେ ରୋହତକ ଯାଇଥିଲେ। ବୁଧବାର ସକାଳେ ସେମାନେ ବ୍ରହ୍ମପୁର ଫେରିଛନ୍ତି। କୃତୀ ପ୍ରତିଯୋଗୀମାନଙ୍କୁ ବିଶବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ ଜୟନ୍ତ କୁମାର ପଣ୍ଡା, ଜିଲା ସଂଯୋଜକ ଗଣେଶ ସାହୁ, ଚିରଞ୍ଜୀବି ବାଡତ୍ୟା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଉକ୍ତ ଶିବିରରେ ଦେଶର ୧୧ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ପ୍ରଦେଶ ଦିଲ୍ଲୀ ଭାଗ ନେଇଥିଲେ। ଏଥିରେ ୨୦୦ ସ୍ବେଛାସେବୀ ଭାଗ ନେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଶତାବ୍ଦୀ ତ୍ରିପାଠୀ ଲେମ୍ବୁ ଚାମଚ ପ୍ରତିଯୋଗୀତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିସହ ଶିବିରରେ ସେ ରାଷ୍ଟ୍ରୀୟ ଏକତା ଉପରେ ଅନେକ କିଛି ଜ୍ଞାନ ଆହରଣ କରିଥିଲେ। ଶତାବ୍ଦୀଙ୍କ ଏହି ସଫଳତାରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବି ପ୍ରଧାନ, ଶାଖା ୨ ଅଧିକାରିଣୀ ସସ୍ମିତା କୁମାରୀ ଦାସ ପ୍ରମୁଖ ଶତାବ୍ଦୀଙ୍କ ଏହି ସଫଳତାରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ପୁର୍ବରୁ ମଧ୍ୟ କେଏସୟୁବି କଲେଜର ସ୍ବେଚ୍ଛାସେବୀ ଶୁଭଶ୍ରୀ ଗୌଡ, ସୁଧା ଲେଙ୍କା, ଆରତୀ ବିଶାଳ, ରଞ୍ଜନ ନାୟକ, ବଣ୍ଟି ନାୟକ, ଜଗନ୍ନାଥ ନାୟକ କେନ୍ଦୁପଦରରେ ଅନୁଷ୍ଟିତ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ଯାହାକି କଲେଜ ପାଇଁ ଗର୍ବର ବିଷୟ।

 

Dharitri – Odisha’s No.1 Odia Daily

 

 

Share