ପାଳିତ ହେଲା ଜାତୀୟ ସେବା ଯୋଜନା ଦିବସ

କେସିଙ୍ଗା,୨୫ା୯(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବେଚ୍ଛାସେବୀଙ୍କୁ ସମାଜସେବା ପ୍ରତି ଅଭିପ୍ରେରିତ ହେବା ସହ ରାଷ୍ଟ୍ର ଗଠନରେ ଯୁବ ଗୋଷ୍ଠୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଗୀତାଞ୍ଜଳି ଦୋରା, ଅନିତା କୁମାରୀ ପାଣିଗ୍ରାହୀ, ଅଧ୍ୟାପକ ରାଇମୋହନ ମାଝୀ, ହେମନ୍ତ କୁମାର ମାଝୀ, ବୈଲୋଚନ ନାଏକ, ନୀଳମାଧବ ଶୀଖା, ସୁନିଲ ବାଗ ଯୋଗଦେଇଥିଲେ। ଏନ୍‌ଏସ୍‌୍‌ଏସ୍‌ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ମଣି ରଣା ସଭା ପରିଚାଳନା ଓ ଅଧ୍ୟାପକ ରାଇମୋହନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମହାବିଦ୍ୟାଳୟ ପରିସରରେ ବୌଦ୍ଧିକ ଚର୍ଚ୍ଚା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପ୍ରଫେସର ବିଜୟ ବହିଦାର ଯୋଗଦେଇ ସାମ୍ପ୍ରତିକ ସମୟରେ ‘ଜଗତୀକରଣ ଓ ରାଷ୍ଟ୍ର’ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ରାଷ୍ଟ୍ର ଗଠନରେ ଯୁବ ଗୋଷ୍ଠୀଙ୍କ ଭୂମିକା