ଦିଗପହଣ୍ଡିରେ ଜାତୀୟ ପ୍ରେସ୍ ଦିବସ ପାଳିତ

ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ସଭାଗୃହରେ ରବିବାର ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି ଖବରଦାତା ସଂଘ ସଭାପତି ଅଶେଷ ନାଥ ମିଶ୍ରଙ୍କ ସଭାପତିତ୍ୱରେ ଏହି ଅବସରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।

‘ସାମ୍ପ୍ରତିକ ସ୍ଥିତିରେ ଗ୍ରାମାଞ୍ଚଳର ସାମ୍ବାଦିକତା’ ଶୀର୍ଷକରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଖବରଦାତା ତଥା ଗବେଷକ ଡ. ଅନନ୍ତରାମ କର କୌଣ୍ଡନ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

ଆଇନଜୀବୀ ତଥା ପତ୍ରିକା ସମ୍ପାଦକ କୁରେଶୁ ପଣ୍ଡା ଏବଂ ସଂଘ ସମ୍ପାଦକ ଗୋପାଳକୃଷ୍ଣ ମଲ୍ଲିକ ସମ୍ମାନିତ ବକ୍ତା ଭାବେ ମଞ୍ଚାସୀନ ଥିଲେ। ଆଇନଜୀବୀ ତଥା ସଂଘ କାର୍ଯ୍ୟକର୍ତ୍ତା ହରପ୍ରସାଦ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଅତିଥି ଓ ବକ୍ତାମାନେ ‘ସାମ୍ପ୍ରତିକ ସ୍ଥିତିରେ ଗ୍ରାମାଞ୍ଚଳର ସାମ୍ବାଦିକତା’ ଉପରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ସଂଘ ପକ୍ଷରୁ ସମସ୍ତ ଅତିଥି, ବକ୍ତା ଏବଂ ବ୍ଲକ୍ ଖବରଦାତାମାନଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଖବରଦାତା ବିଜୟ କୁମାର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Share