ଜାତୀୟ ଲୋକ ଅଦାଲତ: ୫୮ଟି ବିଭିନ୍ନ ମାମଲାର ଫଇସଲା

ପୁରୁଷୋତ୍ତମପୁର,୧୩।୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାରବିଭାଗିୟ ଅଦାଲତ ପରିଷରରେ ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଟିତ ହୋଇଯାଇଛି । ସିନିୟର ସିଭିଲଜଜ ତଥା ଆସିଷ୍ଟାଣ୍ଟ ସେସନଜଜ ଶରତକୁମାର ସାହୁ ଓ ଜେଏମଏଫସି ବିଚାରପତି ଅନନ୍ୟା ଅପର୍ମିତା ୫୮ଟି ବିଭିନ୍ନ ମାମଲାର ବିଚାରକରି ଫଇସଲା କରିଥିଲେ। ଏହାସହ ବ୍ୟାଙ୍କ ଓ ବିଦ୍ୟୁତ ବିଭାଗୀୟ ସମନ୍ଧୀୟ ମାମଲା ଗୁଡିକର ମଧ୍ୟ ଫଇସଲା କରାଯାଇଛି । ଏହାକୁ କୋର୍ଟର କର୍ମଚାରୀମାନେ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily