ଜାତୀୟ ମାଷ୍ଟର ଗେମ୍ସ, ବିଦ୍ୟାଧରଙ୍କୁ ମିଳିଲା ସ୍ବର୍ଣ୍ଣ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ କାଦୋବାହାଲ ଗ୍ରାମର ବିଦ୍ୟାଧର ସାହୁ କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବ୍ୟକ୍ତିଗତ ଇଭେଣ୍ଟ ୪୦୦ ମି. ରେ ବ୍ରୋଞ୍ଜ, ଲମ୍ବ ଡିଆଁରେ ରୌପ୍ୟ ଏବଂ ଓଡ଼ିଶା ମାଷ୍ଟର ରିଲେ ଦଳରେ ଭାଗ ନେଇ ସେଠାରେ ୪୦୦ ମି. ରିଲେ ଦୌଡ଼ରେ ସର୍ଣ୍ଣ ପଦକ ପାଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଜାତୀୟ ପ୍ରତିଯୋଗୀତା ମାଷ୍ଟର ଗେମ୍ସ ଫାଉଣ୍ଡେଶନର ସାଧାରଣ ସମ୍ପାଦକ କୋଚ୍‌ ଶିବ ପ୍ରସାଦ ମିଶ୍ରଙ୍କ ତତ୍ତାବଧାନରେ ଆୟୋଜିତ ହୋଇଥିଲା।