ଜାତୀୟ କିକବକ୍ସିଂ ଚାମ୍ପିଅନଶିପ ଗଞ୍ଜାମର  ପାୟଲଙ୍କୁ ରୌପ୍ୟ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ତାମିଲନାଡୁର ଚେନ୍ନାଇସ୍ଥିତ ନେହୁର ଇନଡୋର ଷ୍ଟାଡିୟମରେ ୱାକୋ ଇଣ୍ଡିଆ କିକବକ୍ସିଂ ଫେଡେରେଶନ ଦ୍ୱାରା ଆୟୋଜିତ ଚିଲ୍ଡେନ ଏବଂ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ୨୭ରୁ ଆରମ୍ଭ ହୋଇଥିବା ୱକୋ ଭାରତ ଜାତୀୟ କିକବକ୍ସିଂ ଚାମ୍ପିୟନସିପ ୨୦୨୫ରେ ଓଡ଼ିଶାର ପାୟଲ ନାହକ(୯ ବର୍ଷ) ରୌପ୍ୟ ପଦକ ହାସଲ କରିଛନ୍ତି । ଯାହା ଗଞ୍ଜାମ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଛି। ଏହି ଚାମ୍ପିଅନଶିିପରେ ଗଞ୍ଜାମର ପାୟଲ ୩୩ କିଲୋ ବର୍ଗରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଏକ ବିରାଟ ସଫଳତା ହାସଲ କରିଛନ୍ତି। ପାୟଲ ହେଉଛନ୍ତି ଗଞ୍ଜାମ ସହର ଅନ୍ତର୍ଗତ ପୁଇଁତୋଳା ଗ୍ରାମର ପ୍ରଶାନ୍ତ ନାହାକ ଓ ମମତା ନାହାକଙ୍କ ଝିଅ। ସେ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ସେ ଦୀର୍ଘ ଦିନ ହେଲା ଗଞ୍ଜାମ ଇନଡୋର ଷ୍ଟାଡିୟମର କୋଚ ପ୍ରମୋଦ ଆପତେଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଥିଲେ ।  ପୂର୍ବରୁ ଅନୁଗୋଳଳରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କିକ ବକ୍ସିଂ ପ୍ରତିଯୋଗିତାରେ ୨ଟି ସ୍ବର୍ଣ୍ଣ ଜିତି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ । ତାଙ୍କର ଏହି ସଫଳତା  ତାଙ୍କର କଠିନ ପରିଶ୍ରମ ଓ ଦକ୍ଷତାର ପ୍ରମାଣ ବୋଲି କୋଚ କହିଛନ୍ତି।
ସେହିପରି ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ପୁଅ ଦ୍ୱିତୀୟ ଶ୍ରେଣୀ ଛାତ୍ର ରାଜ୍ୟ ସ୍ତରୀୟ କିକ ବକ୍ସିଂ ପ୍ରତିଯୋଗିତାରେ ରୌପ୍ୟ ହାସଲ କାରି କଳ୍ପଜିତ ପାତ୍ର (7ବର୍ଷ)ମଧ୍ୟ ଏହି ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଖେଳିବାକୁ ଯାଇଥିଲେ। କିନ୍ତୁ ହଟାତ ଅସୁସ୍ଥ ହୋଇ ପଡିବା କାରଣରୁ କାଟରରୁ ବିଦାୟ ନେଇଥିଲେ କଳ୍ପଜିତଙ୍କ ସାହସ ଓ ଇଛା ଶକ୍ତି ଏବଂ ଖେଳୁଆଡ଼ ମନୋଭାବ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି କୋଚ ସୂଚନା ଦେଇଛନ୍ତି l