ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନଙ୍କୁ ରାଷ୍ଟ୍ରୀୟ କଳାରତ୍ନ ସମ୍ମାନ

କେନ୍ଦ୍ରାପଡା ଅଫିସ, ୨ା୬: କ୍ରୀଷ୍ଣା ଆର୍ଟ ସ୍କୁର କଳା ନିର୍ଦ୍ଦେଶକ ତଥା କେନ୍ଦ୍ରାପଡ଼ା ସହରର ଟାଉନ ବଳରାମପୁର ଗ୍ରାମର ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ରାଷ୍ଟ୍ରୀୟ କଳାରାତ୍ନ ସମ୍ମାନ ମିଳିଛି। ଝାଡଖଣ୍ଡ ରାଜ୍ୟ ରାଞ୍ଚତ୍ସ୍ଥିତ କଳା କିର୍ତ୍ତୀ ଆର୍ଟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ପ୍ରକୃତିର ସ୍ବର ଶୀର୍ଷକ ଚିତ୍ର ପାଇଁ ଏହି ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଏ ସମ୍ପର୍କରେ ଚିତ୍ରଶିଳ୍ପୀ ପଟ୍ଟନାୟକ କହିଛନ୍ତି, ସମ୍ପ୍ରତିକ ସମୟରେ ଅତ୍ୟାଧୁନିକ ଜୀବନଶୈଳୀ ପାଇଁ ପ୍ରକୃତି ଉପରେ ହେଉଥିବା ଅତ୍ୟାଚାର ଏହାର ଭିତ୍ତିଭୂମି ଥିଲା। ଚିତ୍ରରେ ସବୁଜ ଭୂମି ନଷ୍ଟ ଦ୍ୱାରା ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ ବିଶେଷ ଧ୍ୟାନ ଦେଇଥିଲେ। ସୂଚନାଯୋଗ୍ୟ, ସୌମ୍ୟରଞ୍ଜନଙ୍କ ଚିତ୍ରକ ଳା ପ୍ରଦର୍ଶନ ପ୍ରାୟ ୨୦ବର୍ଷ ହେବ ଜାରି ରହିଛି। ଇତିମଧ୍ୟରେ ରାଜ୍ୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଦର୍ଶିତ ଚିତ୍ର ପାଇଁ ଶତାଧିକ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି। ସେ ଆନ୍ତର୍ଜାତୀୟ ରାଜା ରବି ବର୍ମା ସମ୍ମାନ, ଅନ୍ତର୍ଜାତୀୟ ଆର୍ଟ ଆଇକନ, ନୋବେଲ ଆର୍ଟିଷ୍ଟ ଆୱାର୍ଡ, ଅଜନ୍ତା ଏଲୋରା କଳାଭୂଷଣ ଆୱାର୍ଡ, ଏସିଆ ବେଷ୍ଟ ଆର୍ଟିଷ୍ଟ ଆୱାର୍ଡ, ଭାରତ କଳାରତ୍ନ ଆୱାର୍ଡ, ଜ୍ୟୋତି ଲଳିତ କଳା ଆୱାର୍ଡ, ବଟକୃଷ୍ଣ ମେମୋରିଆଲ ଆୱାର୍ଡ ଆଦି ପାଇଛନ୍ତି। ତାଙ୍କର ଏହି ଚିତ୍ରକଳା ପାଇଁ ମା’ଉର୍ମିଳା ଓ ବାପା ସୁରେଶ ପ୍ରେରଣା ଯୋଗାଇଥିବା ସୌମ୍ୟରଞ୍ଜନ କହିଛନ୍ତି।