କାକିନାଡା, ୧୦ା୮: ହକି ହରିୟାଣା ଓ ହକି ଝାଡ଼ଖଣ୍ଡ ଉଭୟେ ସମାନ ୩-୦ ଗୋଲ୍ରେ ବିଜୟ ହାସଲ କରି ଜାତୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ଛତିଶଗଡ଼ ହକି ବିପକ୍ଷ ପ୍ରଥମ ସେମିଫାଇନାଲରେ ଅଧିନାୟକ ଶଶି କାଶା (୮ମ ମିନିଟ)ଏକ ଗୋଲ୍ ସ୍କୋର କରି ହରିୟାଣାକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ପରେ ସୁପ୍ରିୟା (୪୫ତମ ଓ ୪୭ତମ) କ୍ରମାଗତ ଦୁଇଟି ଗୋଲ ସ୍କୋର କରି ସେମାନଙ୍କ ଦଳକୁ ୩-୦ ଗୋଲରେ ବିଜୟୀ କରାଇଥିଲେ।
ଦ୍ୱିତୀୟ ସେମିଫାଇନାଲରେ ସ୍ବିଟି ଡୁଙ୍ଗ୍ ଡୁଙ୍ଗ୍ (୧୩ତମ), ରୀନା କୁଲୁ (୫୬ତମ) ଓ ଅଧିନାୟିକା ରଜ୍ନୀ କେର୍କେଟା (୫୯ତମ)ଙ୍କ ଗୋଲ ସହାୟତାରେ ଉତ୍ତର ପ୍ରଦେଶକୁ ୩-୦ରେ ହରାଇ ଦେଇଥିଲା ଝାଡ଼ଖଣ୍ଡ। ସୋମବାର ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଛତିଶଗଡ଼ ଓ ଉତ୍ତର ପ୍ରଦେଶ ତୃତୀୟ ସ୍ଥାନ ପାଇଁ ମୁକାବିଲା କରିବେ।