ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତା: ଭାଗନେବେ ବୀରମହାରାଜପୁରର ୨ ପ୍ରତିଯୋଗୀ

ଅମରପାଲି, ୧୦ା୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୨ଜଣ ଛାତ୍ରୀ ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଜୁନିୟର ବିଭାଗରେ ଓଡ଼ିଶାରୁ ମୋଟ ୭୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏମାନଙ୍କ ମଧ୍ୟରୁ ସୁବର୍ଣ୍ଣପୁର ଜିଲାରୁ ୩ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ବୀରମହାରାଜପୁର ବ୍ଲକର ୨ ଜଣ ପ୍ରତିଯୋଗୀ ରହିଛନ୍ତି l ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବାଳିକା ବିଭାଗରେ ଏହି ବ୍ଲକ ସଂଗ୍ରାମପୁର ଗ୍ରାମର ପ୍ରତିମୟୀ ଭୁକ୍ତା ଓ ଯୁବରାଜପୁରର ଲିପ୍ସା ପଧାନ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶୁକ୍ରବାରଠାରୁ କଳିଙ୍ଗ ଷ୍ଟାଡିୟମ ରେ ହେବାକୁ ଥିବା କ୍ରୀଡ଼ା ମହାକୁମ୍ଭରେ ପ୍ରୀତିମୟୀ ୧୦୦୦ ମିଟର ଦୌଡ ଓ ଲିପ୍ସା ପେଣ୍ଟାଥାଲନରେ ଓଡ଼ିଶା ଦୌଡକୁଦ ସଂଘ ତରଫରୁ ଅଂଶଗ୍ରହଣ କରିବେ।

 

Dharitri – Odisha’s No.1 Odia Daily