୧୬ ନଂ ଜାତୀୟ ରାଜପଥ ଜାମ୍‌: ଅଟକି ରହିଛି ଶହ ଶହ ଗାଡ଼ି

ଭଦ୍ରକ, ୨୬/୨(ସନାତନ ରାଉତ)- ବୁଧବାର ରାତି ୧୨ଟାରୁ ଜାମ୍‌ ରହିଛି ୧୬ ନଂ ଜାତୀୟ ରାଜପଥ l ଭୁବନେଶ୍ୱରରୁ ବାଲେଶ୍ୱର ବାରିପଦା ଅଭିମୁଖେ ଯାଉଥିବା ଶହ ଶହ ଗାଡି ୮ ଘଣ୍ଟା ଧରି ଅଟକି ରହିଛି l ଯାତାୟତ ଏକ ପ୍ରକାର ଠପ୍‌ ହୋଇଛି l ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ନିକଟରେ ରାଜପଥ କାମ ଚାଲୁଥିବା ବେଳେ ସିଙ୍ଗଲ ରୋଡ଼ରେ ଯାତାୟତ ଚାଲିଥିଲା l ସେହି ରାସ୍ତାରେ ଏକ ଟ୍ରକ ରାତିରୁ ବ୍ରେକ ଡାଉନ ହୋଇ ଅଟକି ରହିଥିବାରୁ ଏପରି ଜାମ୍‌ ସୃଷ୍ଟି ହୋଇଛି l ଗୁରୁବାର ସକାଳ ବେଳକୁ ରାଜପଥ ସମେତ ଚରମ୍ପା ସର୍ଭିସ ରୋଡ଼ ମଧ୍ୟ ପୁରାପୁରି ଜାମ୍‌ ହୋଇଛି। ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଯାମ ହଟାଇବାକୁ ଉଦ୍ୟମ ଆରମ୍ଭ କରିଛି l ତେବେ ଏପରି ଜାମ୍‌ ନୂଆ ନୁହେଁ l ଅଧିକାଂଶ ବେଳେ ଏହି ରାସ୍ତାରେ ଜାମ୍‌ ହେଉଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

 

Dharitri – Odisha’s No.1 Odia Daily

 

Share