ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହେଲେ ଶିବକୁମାର

ନୂଆଦିଲ୍ଲୀ,୧୪।୧୧: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ସୋମବାର ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏହି ସମୟରେ ଇଡି ତାଙ୍କୁ ବିଭିନ୍ନ ଦିଗରେ ପଚରାଉଚରା କରିଥିଲା। ଏହି ମାମଲାରେ ଇଡି ଦ୍ୱିତୀୟ ଥର ପାଇଁ ଶିବକୁମାରଙ୍କ ବୟାନ ରେକର୍ଡ କରିଛି। ଇଡି ଚାହିଁଥିବା ସମସ୍ତ ଦସ୍ତାବିଜ୍‌ ସେ ଦାଖଲ କରିଛନ୍ତି ବୋଲି କର୍ନାଟକର ପୂର୍ବତନ ମନ୍ତ୍ରୀ ଶିବକୁମାର ଖବରଦାତାମାନଙ୍କୁ କହିଛନ୍ତି।