ଜାତୀୟ କୃମି ନାଶକ ଦିବସ: ୩୦ ହଜାରରୁ ଉଦ୍ଧର୍‌ବ ଲୋକ ସେବନ କରିବେ କୃମି ନାଶକ ଔଷଧ

ପାଟଣା,୧୨/୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ, ସମ୍ମାନିତ ଅତିଥି ଭାବେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ସିଆରସି ସି ଜ୍ୟୋର୍ତିମୟ ତ୍ରୀପାଠୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ପତି, ଜନସାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସରୋଜିନୀ ସେଠୀ, ବିପିଏମ ଦୀପକ କୁମାର ନାୟକ, ଶିକ୍ଷକ ପ୍ରକାଶ ମିଶ୍ର ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଏବଂ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କୃମି ନାଶକ ଔଷଧ ମଙ୍ଗଳବାର ସେବନ କରିନଥିବା ଲୋକେ ଅଗଷ୍ଟ ୧୯ତାରିଖରେ ସେବନ କରିପାରିବେ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସ୍କୁଲ ଓ କଲେଜ ଯାଉଥିବା ୧ବର୍ଷ ରୁ ୧୯ବର୍ଷ ର ଛାତ୍ରୀଛାତ୍ର ଓ କଲେଜ ଯାଉ ନ ଥିବା ୨୦ରୁ ୨୪ବର୍ଷର ଯୁବତୀ ଓ ଯୁବକ ଏହି ଔଷଧ ସେବନ କରିବେ। ପାଟଣା ବ୍ଲକର ମୋଟ ୩୦ହଜାର ୬୧୮ ଜଣ ଲୋକ ଏହି କୃମୀ ନାଶକ ଔଷଧ ସେବନ କରିବେ ବୋଲି ଧାର୍ଯ୍ୟ ହୋଇଛି।

 

Share