ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା

ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା ଆୟୋଗର ସଦସ୍ୟା ଡ. ଅର୍ଚ୍ଚନା ମଜୁମଦାର ଯୋଗ ଦେଇ ସମସ୍ତ ଅଭିଯୋଗର ଶୁଣାଣି କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନିହା ମହାଜନ ଗୁପ୍ତା,JTE ଲିଗାଲ ମନମୋହନ ଶର୍ମା,ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ,ଏସପି ପ୍ରତ୍ୟୁଷ ଦିବାକର,ଅତିରିକ୍ତ ଜିଲାପାଳ ସୁଧାକର ନାଏକ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଜ୍ୟୋସ୍ନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ୬ଟି ଜିଲା ବାଲେଶର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର,ସୁନ୍ଦରଗଡ ଏବଂ କେନ୍ଦ୍ରାପଡା ଜିଲାର ମହିଳାମାନଙ୍କ ଅଭିଯୋଗ ଶୁଣାଣି ହୋଇଥିଲା।

Dharitri – The Largest & Most Trusted Odia Daily