ଓ୍ବାଶିଂଟନ,୧୫ା୧: ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS)ରୁ ପ୍ରଥମ ଥର ପାଇଁ ୪ ମହାକାଶଚାରୀଙ୍କୁ ଫେରାଇ ଆଣିଛି। ଜଣେ ମହାକାଶଚାରୀଙ୍କୁ ଚିକିତ୍ସା ଆବଶ୍ୟକ ଥିବାରୁ ବୁଧବାର ୪ କ୍ରୁ ମେମ୍ବର ସ୍ପେସଏକ୍ସ କ୍ରୁ ଡ୍ରାଗନ କ୍ୟାପସୁଲରେ ଷ୍ଟେଶନ ଛାଡ଼ିଥିଲେ। ନାସାର କମାଣ୍ଡର ଜେନା କାର୍ଡମ୍ୟାନ, ପାଇଲଟ୍ ମାଇକ ଫିଙ୍କେ, ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି (JAXA)ର କିମିଆ ୟୁଇ ଏବଂ ରୋସକସମୋସର ଓଲେଗ ପ୍ଲାଟୋନୋଭ, ଗୁରୁବାର ସାନ ଡିଏଗୋ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ପଡ଼ିବ।
ମିଶନ ଅଗଷ୍ଟ ୨୦୨୫ରେ ଆରମ୍ଭ ହୋଇn ଫେବୃଆରୀ ୨୦୨୬ ଶେଷ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର କରାଯାଇଥିଲା, କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଏକ ମାସରୁ ଅଧିକ ସମୟ ପୂର୍ବରୁ ବନ୍ଦ କରିଦିଆଯାଇଥିଲା। ନାସା ପ୍ରଭାବିତ ମହାକାଶଚାରୀଙ୍କ ପରିଚୟ କିମ୍ବା ସ୍ବାସ୍ଥ୍ୟ ଅବସ୍ଥା ପ୍ରକାଶ କରିନାହିଁ, କେବଳ ନାନସା ଏହା କହିଛି ଯେ, ସେମାନଙ୍କ ଅବସ୍ଥା ସ୍ଥିର ଅଛି ଏବଂ ଜରୁରୀକାଳୀନ ପରିସ୍ଥିତି ନୁହେଁ। ଗତ ସପ୍ତାହରେ ଜାନୁଆରୀ ୭ ତାରିଖରେ ଏକ ସ୍ପେସଓ୍ବାକ୍ ବାତିଲ କରିବା ପରେ ନାସା ଏହି ଘୋଷଣା କରିଥିଲା।