ନିଜ ପ୍ରତିଶ୍ରୁତି ପୂରଣ କଲେ ଟ୍ରମ୍ପ! ସୁନୀତା ୱିଲିୟମ୍ସଙ୍କୁ ଫେରାଇ ଆଣିବା ପାଇଁ NASA-SpaceX ଆରମ୍ଭ କଲା ମିଶନ

ଓ୍ବାଶିଂଟନ୍‌,୧୫।୩: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଖୁବ ଶୀଘ୍ର ପୃଥିବୀକୁ ଫେରିବେ। ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ NASA ଏବଂ SpaceX ସେମାନଙ୍କର ମହାକାଶଯାନ ପଠାଇଛନ୍ତି।

NASA ଏବଂ SpaceX ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ କ୍ରୁ ମିଶନ ଆରମ୍ଭ କରିଛନ୍ତି ଯାହା ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବ। ସୁନିତା ଏବଂ ବୁଚ ଗତ ନଅ ମାସ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS)ରେ ଉପସ୍ଥିତ ଅଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୭:୦୩ (ସ୍ଥାନୀୟ ସମୟ)ରେ ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ଫାଲକନ ୯ ରକେଟ ସଫଳତାର ସହ ଉଡ଼ାଣ କରିଥିଲା। କ୍ରୁ ଡ୍ରାଗନ କ୍ୟାପସୁଲ ରକେଟ ଉପରେ ସ୍ଥାପିତ କରାଯାଇଥିଲା, ଯେଉଁଥିରେ ଚାରି ଜଣିଆ ଦଳ ଥିଲା। ଆକଳନ କରାଯାଉଛି ଯେ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ମାର୍ଚ୍ଚ ୧୯ ସୁଦ୍ଧା ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ଛାଡିପାରନ୍ତି।