କେସିଙ୍ଗା, ୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତି ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଦୂର କରୁଥିବାର ଦେଖିବାକୁ ମିଳୁଛି। ଗତକାଲି କେସିଙ୍ଗା କସୃପଡ଼ା, ଘଣ୍ଟଶୋଲା, କିନ୍ଦେରକେଲା, ବିଜଖମନ, ତୁଣ୍ଡଲା, ରଜାପଡ଼ା ସମେତ ଅନେକ ଛୋଟ ଛୋଟ ଗାଁକୁ ଗାଁ ପରିଦର୍ଶନ କରି ଗରିବ ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରୁଛନ୍ତି। ବିଧାୟିକାଙ୍କୁ ପ୍ରତ୍ୟେକ ଗ୍ରାମରେ କଳସ ସ୍ଥାପନ କରି ପୁଷ୍ପମାଳା ଦେଇ ଜୋରଦାର ସାଗତ ସମ୍ବର୍ଦ୍ଧନା କରୁଛନ୍ତି।
କେସିଙ୍ଗା ବ୍ଲକର ୯ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ରହିଛି। ବିପଦଆପଦରେ ଅଞ୍ଚଳର ଦୁଃଖ ସୁଖରେ ସଦାବେଳେ ଶ୍ରୀମତୀ ମହାନ୍ତିଙ୍କୁ ଲୋକମାନେ ଖୋଜିଥାନ୍ତି। ସେଥିପାଇଁ ବିଧାୟିକାଙ୍କୁ ସବୁବେଳେ ଜନ ସମର୍ଥନ ମିଳିଥାଏ। ବିଧାୟକ ପାଣ୍ଠିରୁ ଶ୍ରୀମତୀ ମହାନ୍ତି ନର୍ଲା ବିଧାନସଭା ମଣ୍ଡଳୀରେ ମିଶିଥିବା କେସିଙ୍ଗା ବ୍ଲକର କିଛି ପଞ୍ଚାୟତର ଉନ୍ନତି ପାଇଁ ବିକାଶର କାମ ଅନବରତ ଚାଲିଛି। ଅନେକ ଗ୍ରାମରେ ଷ୍ଟ୍ରିଟ ଲାଇଟର ସମସ୍ୟା ଦୂର ହୋଇଥିବାବେଳେ ଅନେକ ଗ୍ରାମରେ ନିଜ ବିଧାୟକ ପାଣ୍ଠିରୁ ନଳକୂପ ଖନନ କରି ଲୋକଙ୍କୁ ପାନୀୟଜଳରୁ ଜଳ କଷ୍ଟ ଦୂର କରିଛନ୍ତି।
ମନୋରମାଙ୍କ ସମର୍ପିତ ମନୋଭାବ ଜନସମର୍ଥନର ମୂଳ କାରଣ ବୋଲି ଅଞ୍ଚଳରେ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ସେ ମଙ୍ଗଳବାର ଦିନ ତୁଣ୍ଡଲା ଗ୍ରାମ ପରିଦର୍ଶନ କରିଥିବା ସମୟରେ ତୁଣ୍ଡଲା ଧରଣୀଗୁଡ଼ିକୁ ପରିଦର୍ଶନରେ ଯାଇ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବା ପାଇଁ ଦାୟିତ୍ୱରେ ଥିବାର ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଅଞ୍ଚଳରେ ରହିଥିବା ଶିକ୍ଷାନୁଷ୍ଠାନକୁ ମଧ୍ୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଦୂର କରୁଛନ୍ତି। ରାସ୍ତା ଘାଟ, ବୃଦ୍ଧାବୃଦ୍ଧଙ୍କ ବାର୍ଦ୍ଧକ୍ୟ ଭର୍ତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟଜଳ ଆଦି ସମସ୍ୟାକୁ ଦୂର କରୁଥିବାରୁ ଲୋକମାନେ ଖୁସି ହେଉଥିବାର ଦେଖିବାକୁ ମିଳୁଛି। ଏହି ଗ୍ରସ୍ତ ସମୟରେ ବ୍ଲକ ବିଜେଡି ଛାତ୍ର ସଭାପତି ଶୁଭେନ୍ଦୁ କୁମାର ସାହୁ, କସୃପଡ଼ା ପୂର୍ବତନ ସରପଞ୍ଚ ପର୍ଶୁରାମ ପାଢ଼ୀ,ପୂର୍ବତନ ତୁଣ୍ଡଲା ସରପଞ୍ଚ ଭଗବାନ ସାହୁ,ସୁଲତାନ ନନ୍ଦ,ରୋହିତ ସାହୁ,ପ୍ରମିଳା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।