ଆଖଡ଼ା ପରିଷଦ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁ

ପ୍ରୟାଗରାଜ,୨୧।୯: ଏକ କୋଠରୀରେ ସୋମବାର ସନ୍ଧ୍ୟାରେ ଝୁଲନ୍ତା ଅବସ୍ଥାରେ ମିଳିଛି ଦେଶର ଅନ୍ୟତମ ବୃହତ୍‌ ଧାର୍ମିକ ସଂଗଠନ ଆଖଡ଼ା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତଦେହ। ଘଟଣାସ୍ଥଳରୁ ପୋଲିସକୁ ସୁଇସାଇଡ୍‌ ନୋଟ୍‌ ମିଳିଛି। ତାଙ୍କ ମୃତ୍ୟୁ ପରେ କେଉଁ ଭଳି ଆଶ୍ରମର ପରିଚାଳନା କରାଯିବା ସେ ସମ୍ପର୍କରେ ସୁଇସାଇଡ୍‌ ନୋଟରେ ସେ ଉଲ୍ଲେଖ କରିଛନ୍ତି।

ତେବେ ନରେନ୍ଦ୍ରଙ୍କ ଜଣେ ଶିଷ୍ୟ ଆନନ୍ଦ ଗିରିଙ୍କୁ ପଚରାଉଚୁରା କରାଯାଉଥିବା ପ୍ରୟାଗରାଜର ବରିଷ୍ଠ ପୋଲିସ ଅଧିକାରୀ କେ ପି ସିଂ କହିଛନ୍ତି। ଆଖଡ଼ା ପରିଷଦର ଅଧ୍ୟକ୍ଷ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ, ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Share