Categories: Home Leftଖେଳ

ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍‌ଭି ଅସନ୍ତୋଷ: ଦଳରୁ ବାଦ୍‌ ପଡିବେ ବାବର, ଶାହିନ

କରାଚୀ,୧୭ା୨- ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆଯିବ। ଆସନ୍ତା ୧୮ ତାରିଖରେ ପାକିସ୍ତାନ ତା’ର ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ନାମ୍ୱିୟାକୁ ଭେଟିବ।

ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ପାକିସ୍ତାନକୁ ଏହି ମ୍ୟାଚ୍‌ରେ ବିଜୟ ଦରକାର। ତେବେ ଟିମ ମ୍ୟାନେଜମେଣ୍ଟ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତଠାରୁ ୬୧ ରନରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ ଦଳର ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକ୍‌ଭି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏପରିକି ନକ୍‌ଭି ପାକିସ୍ତାନ ଦଳର ପରାଜୟ ନିଶ୍ଚିତ ଜାଣିବା ପରେ ମ୍ୟାଚ୍‌ ବେଳେ ଷ୍ଟାଡିୟମରୁ ଚାଲି ଯାଇଥିଲେ। ପରେ ପିସିବିର ଜଣେ ବରିଷ୍ଠ ଅଧିକାରୀ ଦଳୀୟ ମ୍ୟାନେଜରଙ୍କୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦଳର ଏଭଳି ପ୍ରଦର୍ଶନ ଗ୍ରହଣୀୟ ନୁହେଁ ବୋଲି କହିଥିଲେ।

ଏହାପରେ ମୁଖ୍ୟକୋଚ୍‌ ମାଇକ ହେସନ ଡ୍ରେସିଂ ରୁମ୍‌ରେ ଖେଳାଳିଙ୍କୁ ସେମାନେ ଦକ୍ଷତା ମୁତାବକ ଖେଳି ନ ଥିବା କହିଥିଲେ। ଏଣୁ ଦଳୀୟ ମ୍ୟାନେଜମେଣ୍ଟ ବାବର ଓ ଶାହିନଙ୍କୁ ଦଳରୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଛି। ସେମାନଙ୍କ ବଦଳରେ ଫଖର ଜାମନଙ୍କ ସହ ସଲମାନ ମିର୍ଜା କିମ୍ୱା ନସିମ ଶାହାଙ୍କୁ ବୁଧବାର ଚୂଡ଼ାନ୍ତ ଦଳରେ ସାମିଲ କରାଯିବ।

Share