ଛାଡପତ୍ର ଚର୍ଚ୍ଚା ଭିତରେ ନଣନ୍ଦ ଶ୍ୱେତା ବଚ୍ଚନଙ୍କ ଭିଡିଓ ଭାଇରାଲ, କହିଲେ ଐଶ୍ୟର୍ଯ୍ୟା…

ମୁମ୍ବାଇ: କିଛିଦିନ ଧରି ଲାଇମ ଲାଇଟ୍‌ରେ ରହି ଆସୁଛନ୍ତି ବଚ୍ଚନ ପରିବାର। ବଲିଉଡ ହିଟ୍‌ କପୁଲ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଭିତରେ ଛାଡପତ୍ର ନେଇ ବିଭିନ୍ନ ଆଲୋଚନା ହେଉଛି। ତେବେ ଏହି ବିବାଦ ଚର୍ଚ୍ଚା ମଧ୍ୟରେ ଶ୍ୱେତା ବଚ୍ଚନ ଏପରି କିଛି ବୟାନ ଦେଇଛନ୍ତି ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଷେକ ବଚ୍ଚନ ଏବଂ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ଅଭିନୟ ଜଗତରେ ସୁପରହିଟ୍‌ ଯୋଡି ଅଟନ୍ତି। ବର୍ତ୍ତମାନ ଉଭୟଙ୍କ ଛାଡପତ୍ର ଖବର ହେତୁ ସେମାନେ ହେଡଲାଇନରେ ଅଛନ୍ତି।
ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ କରଣ ଜୋହର ଅଭିଷେକଙ୍କୁ ଏକ ପ୍ରଶ୍ନ ପଚାରିଥିଲେ, କିନ୍ତୁ ସେଠାରେ ଉପସ୍ଥିତ ଥିବା ଶ୍ୱେତା ବଚ୍ଚନ ନିଜ ଭାଇଙ୍କୁ ରୋକି ଏପରି କିଛି କହିଥିଲେ ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

କରଣ ଅଭିଷେକଙ୍କୁ ପଚାରିଛନ୍ତି, ସେ ଘରେ କାହାକୁ ଅଧିକ ଭୟ କରନ୍ତି । ତେବେ ଏହାର ଉତ୍ତର ରଖି ଅଭି କହୁଛନ୍ତି, ମାଆ ଜୟା ବଚ୍ଚନଙ୍କୁ। କିନ୍ତୁ ଏହି ସମୟରେ ଶ୍ୱେତା ଏଥିରେ ହସ୍ତକ୍ଷେପ କରି କହୁଛନ୍ତି, ନା ନା ସେ ଐଶ୍ୱର୍ଯ୍ୟାଙ୍କୁ ଅଧିକ ଭୟ କରନ୍ତି। ଏହାପର ଅଭିଷେକ ଶ୍ୱେତାଙ୍କ ଆଡକୁ ଚାହିଁ କହୁଛନ୍ତି, ମୋତେ ପ୍ରଶ୍ନ ପଚରା ଯାଇଛି , ତୁମେ ଚୁପ ରୁହ।

ଏଥିସହ ଏହି ବାର୍ତ୍ତାଳାପରେ କରଣ ଜୋହର ଶ୍ୱେତା ବଚ୍ଚନଙ୍କୁ ପଚାରିଥିଲେ, ଭାଇ ଓ ଭାଉଜ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଅଭିନେତା? ତେବେ ଶ୍ୱେତା ଐଶ୍ୱର୍ଯ୍ୟାଙ୍କୁ ଅଣଦେଖା କରି କହିଛନ୍ତି, ଅଭିଷେକ ବଚ୍ଚନ ହେଉଛନ୍ତି ଶ୍ରେଷ୍ଠ ଅଭିନେତା।