ୱିଣ୍ଡହୋକ,୧୧।୧୦- ଖେଳାଯାଇଥିବା ଟି୨୦ ମ୍ୟାଚ୍ରେ ନାମ୍ବିଆ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଇତିହାସ ରଚିଛି। ଟେଷ୍ଟ ପ୍ଲେଇଂ ଦେଶ ବିପକ୍ଷରେ ଏହା ନାମ୍ବିଆର ଚତୁର୍ଥ ବିଜୟ। ଏଥିପୂର୍ବରୁ ଆୟର୍ଲାଣ୍ଡ, ଜିମ୍ବାଓ୍ବେ ଓ ଶ୍ରୀଲଙ୍କା ଭଳି ଟେଷ୍ଟ ପ୍ଲେଇଂ ଦେଶକୁ ନାମ୍ବିଆ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଟି୨୦ ଫର୍ମାଟରେ ଆସୋସିଏଟ୍ ଦେଶ ବିପକ୍ଷରେ ଏହା ଦକ୍ଷିଣ ଆଫ୍ରିକାର ପ୍ରଥମ ପରାଜୟ।
ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ଉଇକେଟ ହରାଇ ୧୩୪ ରନ କରିଥିଲା। ଦଳ ପାଇଁ ଜେ ସ୍ମିଥ ୩୧, ରୁବିନ ହର୍ମାନ ୨୩ ଓ ଲୁଆନ ଡ୍ରେ ପ୍ରିଟୋରିଅସ ୨୨ ରନ କରିଥିଲେ। ବୋଲିଂରେ ଘରୋଇ ନାମ୍ବିଆ ଲାଗି ରୁବେନ ଟ୍ରୁମ୍ପେଲମାନ ୩ ଓ ମ୍ୟାକ୍ସ ହେଇଙ୍ଗୋ ୨ ଉଇକେଟ ନେଇଥିଲେ।
ଜବାବରେ ନାମ୍ବିଆ ୨୦ ଓଭରରେ ୬ ଉଇକେଟ ହରାଇ ୧୩୮ ରନ କରି ମ୍ୟାଚ୍ ଜିତି ନେଇଥିଲା। ଦଳ ପାଇଁ ଅଧିନାୟକ ଜେରାର୍ଡ ଇରାସମସ ୨୧ ରନ କରି ଆଉଟ୍ ହୋଇଥିବା ବେଳେ ଜେନ ଗ୍ରୀନ (୩୦) ଅନ୍ତିମ ବଲରେ ଚୌକା ଲଗାଇ ଦଳକୁ ଐତିହାସିକ ବିଜୟ ଆଣି ଦେଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନାନ୍ଦ୍ରେ ବର୍ଗର ଓ ଆଣ୍ଡିଲ ସିମେଲେନ ୨ ଲେଖାଏ ଉଇକେଟ ନେଇଥିଲେ।
Dharitri – Odisha’s No.1 Odia Daily