ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଭାଙ୍ଗିଲେ ନାମଫଳକ

ପଟ୍ଟାଙ୍ଗି୨୫।୦୧,(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମକୁ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଗସ୍ତ ରହିଥିଲା। ଏହା ପୂର୍ବରୁ ପଞ୍ଚାୟତର ସୀମାନ୍ତ ସେମ୍ବି ଗ୍ରାମରେ ଓଡିଶାର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମକୁ ଆନ୍ଧ୍ର ସମର୍ଥିତ ଘୋର ବିରୋଧ କରି ଆୟୋଜିତ ସାଜସଜ୍ଜାକୁ ଭାଙ୍ଗି ଦେଇଥିବା ସହ ଭିତ୍ତି ପ୍ରସ୍ତର ନିମନ୍ତେ ଲଗା ଯାଇଥିବା ନାମଫଳକକୁ ଭାଙ୍ଗି ଦେଇଥିବା ଦୃଶ୍ୟକୁ ନେଇ ଅକଳରେ ପଡି ଯାଇଛି। ଅନ୍ୟପକ୍ଷରେ ଏହିପରି ଦୃଶ୍ୟକୁ ନେଇ ବ୍ଲକ ପ୍ରଶାସନର ଚିନ୍ତା ବଢାଇ ଦେଇଥିବା ଜଣାପଡିଛ। ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ଟିପି ସାଉଥର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିଃ ପକ୍ଷରୁ ୩୩/୧୧ କେଭି ପ୍ରାଥମିକ ସବ ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଥିଲା। ଯାହାକି ଉକ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ବ୍ଲକ ପ୍ରଶାସନର ଉପସ୍ଥିତରେ ହେବା ନିୟମ ରହିଥିବା ବେଳେ ଉକ୍ତ ପ୍ରଶାସନ ବିଦ୍ୟୁତ ବିଭାଗ ଉପରେ ଛାଡି ନିଜ ମୁଣ୍ଡରୁ ଦାୟିତ୍ୱ ହଟାଇ ଦେଇଥିଲା । ଏହାର ସୁଯୋଗ ଉଠାଇ ସୀମାନ୍ତ ଗ୍ରାମରେ ଆନ୍ଧ୍ର ରାଜ୍ୟର ସମର୍ଥକ ମାନେ ପ୍ରସ୍ତୁତି ଚାଲିଥିବା ସ୍ଥାନରେ ପହଞ୍ଚି କଡା ବିରୋଧ କରିବା ସହ ଭିତ୍ତି ପ୍ରସ୍ତର ନାମଫଳକ ଭାଙ୍ଗିବା ସହ ଲାଗିଥିବା ଟେଣ୍ଟକୁ ଖୋଲାଖୋଲି କରି ଦେଇଥିଲେ। ସେପଟେ ଉକ୍ତ ଘଟଣା ବ୍ଲକ ପ୍ରଶାସନ ନିକଟରେ ପହଞ୍ଚିବା ଥିଲା। ଅନ୍ୟପକ୍ଷରେ ଏହିପରି ଘଟଣା ଘଟିଥିଲେ ମଧ୍ୟ ପ୍ରଶାସନ ଏଥିରେ ମୁହଁ ଖୋଲିବାକୁ ଇଛା ପ୍ରକାଶ କରିନାହିଁ ।

 

Dharitri – The Largest & Most Trusted Odia Daily