ଖୁସିରେ ଜେଜେ ମା’ଙ୍କୁ ରଙ୍ଗ ଲଗାଇଲେ ନାତି, ରାଗରେ ପଞ୍ଚମ ହୋଇ ଗରମ ପାଣି ଢ଼ାଳିଦେଲେ….

ମୁମ୍ବାଇ,୫ା୩: ନାଗପୁର ଜିଲାର କୋରାଡି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ହୋଲିରେ ରଙ୍ଗ ଖେଳୁଥିବା ସମୟରେ ଜେଜେ ମା’ ଉପରେ ପକାଇ ଦେଇଥିଲେ । ଏହାପରେ ସେ କ୍ରୋଧିତ ହୋଇ ଫୁଟୁଥିବା ଗରମ ପାଣି ଆଣି ନାତି ଉପରେ ଢାଳି ଦେଇଥିଲେ । ଫଳରେ ପିଲାଟି ଆହତ ହେବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ସ୍ଥାନରେ ଜେଜେ ମା’ ନାଁରେ ଅଭିଯୋଗ ହୋଇଛି । ଆରମସିନ୍ ଅଞ୍ଚଳର ୱାର୍ଡ ନମ୍ବର ୨ରେ ମାର୍ଚ୍ଚ ୩ତାରିଖରେ ଘଟିଥିବା ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ପୋଲିସର ସୂଚନା ଅନୁଯାୟୀ, ଓମ୍ ହରିଶ ୱାଙ୍ଗେ (୪) ତାଙ୍କ ଘର ବାହାରେ ରଙ୍ଗ ଭର୍ତ୍ତି ଏକ ସ୍ପ୍ରେ ବୋତଲ ସହିତ ଖେଳୁଥିଲେ। ସେ ଭୁଲବଶତଃ ତାଙ୍କ ଜେଜେ ମା’ ସିନ୍ଧୁ ଠାକରେଙ୍କ ଉପରେ ରଙ୍ଗ ଛିଞ୍ଚି ଦେଇଥିଲେ । ସେତେବେଳେ ସେ ଗରମ ପାଣି ବସାଇଥିବା ବେଳେ କ୍ରୋଧିତ ହୋଇ ତାହା ଆଣି ନାତି ଉପରେ ଫିଙ୍ଗି ଦେଇଥିବା ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଓମ୍‌ର ଅଣ୍ଟା ତଳେ ଗଭୀର ଜଳିଯାଇଥିବାରୁ ତାଙ୍କୁ ନାଗପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଆକଳନ କରିଛନ୍ତି ଯେ ତାଙ୍କର ଶରୀର ୪୫ ପ୍ରତିଶତ ପୋଡ଼ିଯାଇଛି। ପୋଲିସ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

 

Dharitri – Odisha’s No.1 Odia Daily

Share