ହାଇଓ୍ବେରେ ପହଞ୍ଚିଲେ ନାଗ-ନାଗୁଣୀ; ଏକ ଘଣ୍ଟା ଧରି ରାସ୍ତା ଜାମ୍‌

ଅମରୋହା, ୧୬।୯: ଉତ୍ତର ପ୍ରଦେଶର ଅମରୋହା ଜିଲା ଜାତୀୟ ରାଜପଥର ଚୌପଲା ଓଭରବ୍ରିଜ ଉପରକୁ ଅଚାନକ ଏକ ନାଗ-ନାଗୁଣୀ ଚାଲି ଆସିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନ ବାହାନ ଯିବା ଆସିବା ବନ୍ଦ ହୋଇଯାଇଥିଲା। ଏହିପରି ଏକ ଘଣ୍ଟା ଧରି ହାଇଓ୍ବେ ଜାମ୍‌ ରହିବା ସହ ଏକ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିମଟର ଲମ୍ବି ରହିଥିଲା। ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଜାମ୍‌ରେ ଫଶିଥିବା ଏକ କାର୍‌ରୁ ଜଣେ ଯୁବକ ବାହାରି ସାହସିକତାର ସହିତ ନାଗ-ନାଗୁଣୀକୁ ଧରିବାରେ ପୋଲିସକୁ ସହାୟତା କରିଥିଲେ। ଏହାପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ନାଗ-ନାଗୁଣୀକୁ ବନ ବିଭାଗକୁ ପୋଲିସ ହସ୍ତାନ୍ତର କରିଥିଲା।