ଓ୍ବାଶିଂଟନ୍,୧୬।୨: Obama Couple ଜଣେ ସମଲିଙ୍ଗୀ। ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି। ଏପରି ବିବାଦୀୟ ବୟାନ ଦେଇଛନ୍ତି କୋଟିପତି ଏଲନ ମସ୍କଙ୍କ ବାପା ଏରୋଲ ମସ୍କ। ସମ୍ପ୍ରତି ପୂର୍ବତନ ଆମେରିକାର ପ୍ରଥମ ମହିଳା ମିଶେଲ ଓବାମା ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ ଛାଡପତ୍ର ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି କ୍ରମରେ ମସ୍କଙ୍କ ବାପା କହିଛନ୍ତି ଯେ, ମିଶେଲ ଓବାମା ଜଣେ ପୁରୁଷ ଯିଏ ଜଣେ ମହିଳାଙ୍କ ପରି ପୋଷାକ ପିନ୍ଧନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସୱାମୀ ଏବଂ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା “ସମଲିଙ୍ଗୀ”।
ଏରୋଲ ଆହୁରି କହିଛନ୍ତି, ଓବାମା ଜଣେ ସମଲିଙ୍ଗୀ ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି ଯିଏ ଜଣେ ମହିଳାଙ୍କ ପରି ପୋଷାକ ପିନ୍ଧନ୍ତି। ଏଥିରେ ଆଶ୍ଚର୍ଯ୍ୟ ହୋଇ ଜୋଶୁଆ ପଚାରିଥିଲେ, ମିଶେଲ ଓବାମା କ’ଣ ଜଣେ ପୁରୁଷ? ଏରୋଲ କହିଥିଲେ, ନିଶ୍ଚିତ ଭାବରେ ତୁମେ ତାହା ଜାଣିନାହଁ କି?
ଏଥିରେ ସେ କନ୍ସିରେସି ଥିଓରୀର ଉଦାହରଣ ଦେଇଛନ୍ତି ଯାହା ୨୦୧୪ ମସିହାରେ ଭାଇରାଲ ହୋଇଥିଲା ଯେତେବେଳେ ହାସ୍ୟ ଅଭିନେତା ଜନ ରିଭର୍ସ ପୂର୍ବତନ ପ୍ରଥମ ମହିଳା ମିଶେଲ ଓବାମାଙ୍କ ଲିଙ୍ଗ ବିଷୟରେ ପରିହାସ କରିଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ବାରାକ ଓବାମା “ସମଲିଙ୍ଗୀ”। ଏରୋଲ କହିଥିଲେ, “ଜନ ରିଭର୍ସ ଏହାକୁ ସର୍ବସାଧାରଣରେ ଉଲ୍ଲେଖ କରିଥିଲେ। ତେବେ ତାଙ୍କର ଦୁଇ ସପ୍ତାହ ପରେ ମୃତ୍ୟୁ ହୋଇଥିଲା। ଏହି ଅଜବ ଦାବି କରିବାର କିଛି ସପ୍ତାହ ପରେ, ୪ସେପ୍ଟେମ୍ବର୨୦୧୪ରେ ରିଭର୍ସଙ୍କ ମସ୍ତିଷ୍କ କ୍ଷତ ଯୋଗୁ ମୃତ୍ୟୁ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହି ଦାବିର କୌଣସି ପ୍ରମାଣ ମିଳିନାହିଁ।
ସୂଚନାଯୋଗ୍ୟ, Barack Obama ଏବଂ ମିଶେଲଙ୍କ ସାକ୍ଷାତ ୧୯୮୯ରେ ଏକ ଆଇନ ଫାର୍ମରେ ହୋଇଥିଲା। ସେମାନେ ୧୯୯୨ ମସିହାରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମାଲିଆ ଏବଂ ସାଶା ଅଛନ୍ତି।