କାର୍ଯ୍ୟଦକ୍ଷତା ବୃଦ୍ଧି କରେ ମନ ପସନ୍ଦର ସଙ୍ଗୀତ

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ନିଜ ମନ ପସନ୍ଦର ସଙ୍ଗୀତ ଶୁଣନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ଏକ ସର୍ଭେରୁ ସେମାନେ ଏପରି ତଥ୍ୟ ଜାଣିବାକୁ ପାଇଛନ୍ତି। ପ୍ରତିଦିନ କିଛି ସମୟ ମନ ପସନ୍ଦର ଗୀତ ଶୁଣିବା ଦ୍ବାରା ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍‌ରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଜୀବନଯାପନ କରିବାକୁ କୁହାଯାଇଥିବା ବେଳେ ଅନ୍ୟ ଗ୍ରୁପ୍‌ ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ପ୍ରତିଦିନ କିଛି ସମୟ ମନ ପସନ୍ଦର ଗୀତ ଶୁଣିବାକୁ ପରାମର୍ଶ ଦିଆଯାଇଥିଲା। କିଛି ସପ୍ତାହ ପରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ମାନସିକତା ଉପରେ ପଡ଼ୁଛି ତାହାକୁ ଲକ୍ଷ୍ୟ କରାଯାଇଥିଲା। ନିୟମିତ କିଛି ଗୀତ ଶୁଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଛି ଜଣଙ୍କର କାର୍ଯ୍ୟଦକ୍ଷତା ପୂର୍ବାପେକ୍ଷା ବୃଦ୍ଧି ପାଉଥିବାର ଉକ୍ତ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଲକ୍ଷ୍ୟ କରିଥିଲେ।

Share
Tags: song