ବଲାଙ୍ଗୀର,୨୭।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଅନ୍ତର୍ଲା ଗାଁରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି l ସାଙ୍ଗମାନେ ଏକା ସାଙ୍ଗରେ ମିଶି ଖିଆପିଆ କରିବା ପରେ କଳହ ଉପୁଜିବାରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଅନ୍ତର୍ଲା ଗାଁରେ ଗତକାଲି ରବିବାର ରାତିରେ ଗାଁର ପତରଫଡି ନିକଟରେ ଚାରିଜଣ ସାଙ୍ଗ ଏକାଠି ଖିଆପିଆ କରିଥିଲେ। ତାପରେ ନିଶାଗ୍ରସ୍ତ ହେବା ପରେ ସାଙ୍ଗମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବଚସା l ସାଙ୍ଗମାନେ ମିଶି ସୁଜିତ ଭୋଇ ନାମକ ଜଣେ ଯୁବକଙ୍କୁ ଧରୁଆ ଅସ୍ତ୍ରରେ ହତ୍ୟା କରିଥିଲେ ଅନ୍ୟ ତିନିଜଣ ସାଙ୍ଗ। ଦେଓଗାଁ ପୋଲିସ ତିନିଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା ଜାରି ରଖିଥିବା ଜଣାପଡିଛି l
ଅନ୍ୟପଟେ ଦେଓଗାଁ ପୋଲିସ ଅବହେଳା ଯୋଗୁ ଏବେ ଦେଓଗାଁ ଅଞ୍ଚଳରେ ଅପରାଧୀମାନଙ୍କ ସଂଖ୍ୟା ବଢିବାରେ ଲାଗିଛି l ଦେଓଗାଁ ପୋଲିସ ପାଟ୍ରୋଲିଂ କରୁ ନ ଥିବାରୁ ଦେଓଗାଁ ଅଞ୍ଚଳରେ ଏବେ ଅପରାଧୀମାନଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ସାଧାରଣରେ ଆଲୋଚନା ହେଉଛି l