ସ୍ବାମୀ ଘରୁ ଗୋଡ଼କାଢ଼ୁ କାଢ଼ୁ , ମହିଳାଙ୍କ ମୁଣ୍ଡରୁ ଗଣ୍ଡି କରିଦେଲେ ଅଲଗା

ବାରିପଦା,୨୪।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଦେଓଗାମ ଅଞ୍ଚଳରେ ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଛି । ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମୃତ ମହିଳା ଜଣକ ହେଲେ ସୁହାଗି ବୈପାଇ । ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ ସୁହାଗିର ସ୍ବାମୀ ଗ୍ରାମରେ ଫୁଟବଲ ଖେଳ ଦେଖିବାକୁ ଯାଇଥିଲେ । ଘରେ ଏକୁଟିଆ ମହିଳା ଜଣକ ରହିଥିବାରୁ ଏହାର ସୁଯୋଗ ନେଇ ଏଭଳି କାଣ୍ଡ ଘଟିଥିବା ସ୍ବାମୀ ଥାନାରେ ଅଭିୟୋଗ କରିଥିଲେ । ହତ୍ୟାକାଣ୍ଡର କାରଣ ଜଣାପଡି ନ ଥିବା ବେଳେ କିଭଳି ପରିସ୍ଥିତିରେ କିଏ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି ତାହା ଏବେ ତଦନ୍ତ ସାପେକ୍ଷ । ଘଟଣା ସ୍ଥଳରେ ତିରିଂ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ମୃତ ଦେହକୁ ଜବତ କରି ରାଇରଙ୍ଗପୁର ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।