ରାତିରେ ଘରକୁ ଫେରି ନଥିଲେ ସ୍ବାମୀ: ସକାଳୁ ଦେଖିଲେ ପଥରରେ ଛେଚି ର୍ନିମମ ହତ୍ୟା

ପରଜଙ୍ଗ,୧୨।୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗଙ୍ଗାଧରପୁର ସାହିର ରାସ୍ତା କଡ଼ରେ ଥିବା ଡାକସାହୁଙ୍କ ଘର ପାଚେରି ନିକଟରେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯାଇଛି। ହତ୍ୟା କାଣ୍ଡରେ ଏକାଧିକ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ମୃତ ଯୁବକ ଜଣଙ୍କ ଆମ୍ବପଳାସ ଗ୍ରାମ ଗଙ୍ଗାଧରପୁର ସାହିର କାବୁନା ନାଏକ (୪୫) ବର୍ଷ । କାବୁନା ଶନିବାର ରାତି ୯ଟାରେ ଘରୁ ବାହାରକୁ ଯାଇ ଆଉ ଫେର ନ ଥିଲେ। ତେବେ ରବିବାର ସକାଳୁ ତାଙ୍କ ଘର ଠାରୁ ଅଳ୍ପଦୂରରେ ମୃତ ଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ତାଙ୍କୁ ପ୍ରଥମେ ବାଡ଼ିରେ ପିଟିବା ସହିତ ମୁଣ୍ଡକୁ ଏକ ବଡ଼ ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାର୍ର୍ଶ୍ୱିିକ ସ୍ଥିତିରୁ ଜଣାିପଡିଛି। ମାତ୍ର ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସେପଟେ କିଏ ଏବଂ କାହିଁକି କାବୁନାକୁ ଏପରି ନିର୍ମମ ଭାବେ ହତ୍ୟା କରିଛି ତାହା ଜଣାପଡିନାହିଁ। ଘଟଣାସ୍ଥଳରେ ପରଜଙ୍ଗ ଥାନାଧିକାରୀ ଧିରେନ କୁମାର ବେହେରା, ଏସ୍‌ଆଇ ଦେବଗ୍ରାହି ମହାନ୍ତି, ଏଏସ୍‌ଆସି ଯୁଗଳ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ କାବୁନାଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କଚ କେହି ହତ୍ୟା କରିଥିବା ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।