ରିଷିଡା,୩୧।୮(ସୁଶାନ୍ତ ମଲ୍ଲିକ): ପୂର୍ବ ଶତ୍ରୁତା ନେଇ ଛାତିକୁ ହାଣିଦେଲେ ଟାଙ୍ଗିଆରେ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା ମଦନପୁର ରାମପୁର ବକ୍ଲ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ। ଶୁକ୍ରବାର ଅପରାହ୍ନରେ ଶଶିକାନ୍ତ ମହାନନ୍ଦ (୨୮) ଓ ଉକ୍ତ ଗ୍ରାମର ଗଜେନ୍ଦ୍ର ଭୋଇ (୫୦)ଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବଚସା ହୋଇଥିଲା। ଏଥିରେ ଶଶିକାନ୍ତ ମହାନନ୍ଦ (ଅଭିଯୁକ୍ତ) ଉତ୍କ୍ଷିପ୍ତ ହୋଇ ଗଜେନ୍ଦ୍ର ଭୋଇ (ମୃତକ)ଙ୍କ ଛାତିରେ ଟାଙ୍ଗିଆ ଚୋଟ ମାରିଥିଲେ। ଏଥିରେ ଗଜେନ୍ଦ୍ରଙ୍କ ଛାତିରୁ ରକ୍ତସ୍ରାବ ହେବା ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ । ତେବେ ମୃତକଙ୍କ ପରିବାର ପକ୍ଷରୁ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଯାହାକୁ ନେଇ ମ.ରାମପୁର ପୋଲିସ ମାମଲା ରୁଜୁ କରି ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ବର୍ଗକୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ଚାଲିଥିବା ଅଧିକାରୀ ଏସଡିପିଓ ସଞ୍ଜୀବ ମାଝୀ, ସବଇନ୍ସପେକ୍ଟର ସୌମ୍ୟରଞ୍ଜନ ପ୍ରଧାନ ,ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ସୂଚନା ଦେଇଛନ୍ତି ।