ଘରୁ କେଉଁଆଡେ ଚାଲିଯାଇଥିଲେ ପୁଅ: ଖବର ମିଳିଲା ବିଲରେ ପଡ଼ିଛି….

ବେଲଗୁଣ୍ଠା,୨୨।୧୧: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲ୍ଳକ ପାଇଲିପ ପଞ୍ଚାୟତ କେ ନୂଆଁଗଡ଼ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ କେ ନୂଆଁଗଡ଼ ଗ୍ରାମର ସୁଦାମ ସେଠୀ ଗାଙ୍ଗପୁର ଥାନାରେ ଏତାଲା ଦେଇଛନ୍ତି । ସୁଦାମଙ୍କ ଏତାଲା ପ୍ରକାରେ ତାଙ୍କ ଭାଇ କୈଳାସ ଚନ୍ଦ୍ର ସେଠୀଙ୍କ ପୁଅ ରାଜେଶ କୁମାର ସେଠୀ (୨୫) ୧୮ ତାରିଖ ଠାରୁ ନିଖୋଜ ଥିଲା । ସୋମବାର ଅପରାହ୍ନ ସମୟରେ ସୁଦାମଙ୍କ ପରିବାର ଲୋକେ ଖବର ପାଇଥିଲେ ଯେ ଗ୍ରାମର ସୁନା ଖଳା ଚିରା଼ପର ତୋଟା ନିକଟରେ ଥିବା ବିଲରେ ରାଜେଶଙ୍କ ମୃତଦେହ ପଡ଼ିଛି। ଖବର ପାଇ ସୁଦାମ ଏବଂ ପରିବାର ଲୋକେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ରାଜେଶଙ୍କ ମୃତଦେହ ଉଦ୍ଧାର କରିଥିଲେ । ରାଜେଶଙ୍କୁ କୌଣସି ଦୁର୍ବୃତ୍ତ ହତ୍ୟା କରିଥି ସନ୍ଦେହ କରି ଘଟଣାର ତଦନ୍ତ କରିବା ପାଇଁ ସୁଦାମ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Share
Tags: ganjam