Women use their hands to protect themselves from sexual abuse.Detain rape, sexual abuse , human trafficking, domestic violence rape.
ଭଞ୍ଜନଗର,୯।୧୨(ଡି.ଏନ.ଏ):ଗୁଜରାଟର ସୁରଟରେ ଜଣେ ଓଡ଼ିଆ ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଗୁରୁବାର ସେଠାରେ ଉତ୍ତେଜନା ଦେଖାଦେବା ସହ ପ୍ରବାସୀ ଓଡ଼ିଆମାନେ ରାସ୍ତାରୋକୋ କରିଥିଲେ। ଗୁଜରାଟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ସୁରଟ ବେଡ଼ରୋଡ଼ରେ ବେଲଗୁଣ୍ଠା ଅଞ୍ଚଳର ଏକ ପରିବାର ଗତ କିଛିବର୍ଷ ହେଲା ରହିଛନ୍ତି। ବାପା କାମକୁ ଯିବା ପରେ ଘରେ ୮ ବର୍ଷିୟା ନାବାଳିକା ଓ ତାଙ୍କ ମା’ ରହୁଥିଲେ। ବୁଧବାର ମା’ ଘର କାମରେ ବ୍ୟସ୍ତ ଥିଲେ। ଅପରାହ୍ନରେ ବାପା ଡ଼୍ୟୁଟିରୁ ଫେରି ଘରେ ଝିଅକୁ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ଝିଅ କୁଆଡ଼େ ଖେଳୁଥିବ ଭାବି ମା’ ବାପା ବହୁତ ଖୋଜାଖୋଜି କରି ମଧ୍ୟ ପତ୍ତା ମିଳି ନ ଥିଲା। ସନ୍ଧ୍ୟାରେ ବାପା ଚୋକ଼୍ ଥାନାରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରିଥିଲା। ପଡ଼ୋଶୀଙ୍କ ଘରେ ତାଲା ପଡ଼ିଥିବା ଯୋଗୁ ସନ୍ଦେହ ବଢ଼ିଥିଲା। ତାଲା ଭାଙ୍ଗି ଉକ୍ତ ଘରକୁ ଯିବାରେ ନାବାଳିକାଙ୍କ ମୃତଦେହ ପଡ଼ିଥିବା ଦେଖାଯାଇଥିଲା । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏହି ଘଟଣାକୁ ନେଇ ଗୁରୁବାର ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ପୋଲିସ ସେମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଛି। ଘଟଣା ପରେ ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ସୁରଟ ପୋଲିସ ଗିରଫ କରିଛି ।