ଇସଲାମାବାଦ୍,୩୧।୫: ସିନ୍ଦୂର ଅପରେଶନ ପରେ ମଧ୍ୟ ପାକିସ୍ତାନ ନିଜର ପଥ ବଦଳାଇବାକୁ ପ୍ରସ୍ତୁତ ନୁହେଁ। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ଅନେକ ଥର ଧମକ ଦେଇଛନ୍ତି। ଏବେ ସେ ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ମୁନିର କହିଛନ୍ତି, ପାକିସ୍ତାନ ଜଳ ପ୍ରସଙ୍ଗରେ କୌଣସି ପ୍ରକାରେ ସାଲିସ କରିବ ନାହିଁ। ପାକିସ୍ତାନ ଭାରତର ୬ଟି ବିମାନକୁ ଖସାଇ ଦେ୍ଇଥିଲା। ପାକିସ୍ତାନ କେବେ ବି ଭାରତର ଧମକ ଗ୍ରହଣ କରିବ ନାହିଁ।
ମୁନିର ସବୁଦିନ ପରି, ଭାରତ ଉପରେ ଆତଙ୍କବାଦ ପ୍ରସାର କରିବାର ମିଥ୍ୟା ଅଭିଯୋଗ ଆଣିଥିଲା। ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଛି। ଏହା ପରେ ପାକିସ୍ତାନର ଅସ୍ଥିରତା ଆହୁରି ବୃଦ୍ଧି ପାଇଛି। ଯଦି ଭାରତ ପାଣି ବନ୍ଦ କରେ, ତେବେ ପାକିସ୍ତାନକୁ ଏକ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଏହାର ଅଧିକାଂଶ ଅଂଶରେ ପାଣି ସମସ୍ୟା ରହିଛି। ଗ୍ରୀଷ୍ମ ଋତୁରେ ପାକିସ୍ତାନ ଜଳ ସଙ୍କଟର ସମ୍ମୁଖୀନ ହେଉଛି।
ମୁନିର ଭାରତ ବିଷୟରେ ଆଉ ଏକ ବଡ଼ ମିଛ କରିଛନ୍ତି। ସେ କହିଛନ୍ତି, ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ପାକିସ୍ତାନ ୩ଟି ରାଫେଲ ସମେତ ୬ଟି ଭାରତୀୟ ଲଢ଼ୁଆ ବିମାନ ଏବଂ ଡଜନେ ଡଜନେ ଡ୍ରୋନକୁ ଖସାଇ ଦେଇଥିଲା। ପାକିସ୍ତାନ କଶ୍ମୀର ବିବାଦରେ କେବେବି ସାଲିସ କରିବ ନାହିଁ। ଭାରତକୁ ବୁଝିବାକୁ ପଡିବ ଯେ, ପାକିସ୍ତାନ କଶ୍ମୀରକୁ ଭୁଲିବ ନାହିଁ କିମ୍ବା ଛାଡିବ ନାହିଁ। ଦରକାର ପଡ଼ିଲେ ସବୁ ପରିସ୍ଥିତି ସହ ମୁକାବିଲା କରିବୁ।