ମୁନିଗୁଡା,୧।୩(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡାରେ ଏକ ଅଭାବନୀୟ ଘଟଣା ଘଟିଛି। ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗେଟ୍ ଆଗରେ ବ୍ଲକର ଜଣେ ଯୁବ କର୍ମଚାରୀଙ୍କ ମୃତଦେହ ମିଳିଛି। ମୃତକ ଜଣକ ହେଲେ ବ୍ଲକର ଭିବି-ଜି-ରାମ-ଜି ଆସିଷ୍ଟାଣ୍ଟ ସୁଶାନ୍ତ ଗୌଡ଼।
ସୂଚନା ଅନୁଯାୟୀ, ସୁଶାନ୍ତଙ୍କୁ ସକାଳୁ ସାମାନ୍ୟ ପେଟ ଓ ଛାତି ଯନ୍ତ୍ରଣା ହେବାରୁ ସେ ନିଜେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କୁ ଦେଖାଇ ଘରକୁ ଫେରୁଥିଲେ। ତେବେ ହଠାତ ବ୍ଲକ କାର୍ଯ୍ୟାଳୟ ଗେଟ୍ ସମ୍ମୁଖରେ ପଡି ଯାଇଥିଲେ। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା ହୃଦଘାତ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଗୋଷ୍ଠୀ ସ୍ବାାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ଘଟଣାପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
Dharitri – Odisha’s No.1 Odia Daily