Categories: Home Leftଖେଳ

ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ବିଜୟ

ମୁମ୍ବାଇ,୧୨ା୩: ମୁମ୍ବାଇରେ ରବିବାର ଖେଳାଯାଇଥିବା ମହିଳା ପ୍ରିମିୟର୍‌ ଲିଗ୍‌ର ୧୦ମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ଉଇକେଟରେ ବିଜୟୀ ହୋଇଛି। ୟୁପି ୱାରିଅର୍ଜ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୬ ରନ୍‌ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପ୍‌ନର ହେଲି ମ୍ୟାଥ୍ୟୁସ୍‌ ଏବଂ ୟସ୍ତିକା ଭାଟିଆ ପ୍ରାରମ୍ଭିକ ଭଲ ଆରମ୍ଭ କରିଥିଲେ। ମ୍ୟାଥ୍ୟୁସ୍‌ ୧୨ ରନ୍‌ କରି ଆଉଟ ହୋଇଯାଇଥିବା ବେଳେ ଭାଟିଆ ୪୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏପରି କି ଅଧିନାୟିକା ହରମନପ୍ରୀତ କୌର ୫୩ ଏବଂ ନାଟାଲି ସ୍କିଭର ବ୍ରଣ୍ଟ ୪୫ ରନ୍‌ର ଦମ୍‌ଦାର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ବିପକ୍ଷ ଦଳର ରାଜେଶ୍ୱରୀ ଗାଏକ୍ୱାଡ ଏବଂ ସୋଫି ଏକ୍ଲେଷ୍ଟୋନ ଗୋଟିଏ ଲେଖାଏ ଉଇକେଟ ନେବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷେ କ୍ରମାଗତ ଚତୁର୍ଥ ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ୮ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି।