Categories: Home Leftଖେଳ

ବିନା ପରିବର୍ତ୍ତନରେ ଓହ୍ଲାଇଲା ସିଏସ୍‌କେ

ନୂଆଦିଲ୍ଲୀ,୧।୫ : ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ। ଏହାକୁ ଦୃଷ୍ଟିରେ ରଖି ରୋହିତ ଏଭଳି ନିଷ୍ପତ୍ତି ନେଇଛନ୍ତି। ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ପ୍ରଥମେ ଫିଲ୍ଡିଂ କରିବାକୁ ଚାହୁଁଥିଲେ। ଚେନ୍ନାଇ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କିନ୍ତୁ ମୁମ୍ବାଇ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଜୟନ୍ତ ଯାଦବଙ୍କ ବଦଳରେ ଜେମ୍ସ ନିଶାମଙ୍କୁ ସାମିଲ କରାଯାଇଛି।