Categories: Home Leftଖେଳ

ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ,୧୭ା୪- ଆଇପିଏଲ୍‌ର ୧୪ ତମ ସଂସ୍କରଣର ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ନବମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପିଚ୍‌କୁ ଦେଖି ଅଧିନାୟକ ଶର୍ମା ଏଭଳି ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ୨ଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଛି । ତେବେ ହାଇଦ୍ରାବାଦ ୨ଟି ମ୍ୟାଚ ଖେଳିଥିଲେ ମଧ୍ୟ କୌଣସି ମ୍ୟାଚରେ ବିଜୟ ହୋଇପାରି ନାହିଁ ।