Categories: Home Leftଖେଳ

ମୁମ୍ବାଇକୁ ସହଜ ବିଜୟ ଦେଲେ ଡି’ କକ୍‌

ନୂଆଦିଲ୍ଲୀ,୨୯।୪ : କୁଇଣ୍ଟନ ଡି’ କକ୍‌ଙ୍କ ଅପରାଜିତ ୭୦ ରନ୍‌ର ଇନିଂସ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳର ଏହା ୩ୟ ବିଜୟ। ଦଳ ଏବେ ୬ ପଏଣ୍ଟ ସହ ଅଙ୍କ ତାଲିକାରେ ପୂର୍ବ ଭଳି ଚତୁର୍ଥ ସ୍ଥାନରେ ରହିଛି।

ପ୍ରଥମ ବ୍ୟାଟିଂ କରିଥିବା ରାଜସ୍ଥାନକୁ ଭଲ ଆରମ୍ଭ ଦେଇଥିଲେ ଜୋସ ବଟଲର (୪୧) ଓ ଜଶସ୍ବୀ ଜୈଶ୍ୱାଲ(୩୨)ଙ୍କ ଓପନିଂ ଯୋଡ଼ି। ଦୁହେଁ ୭.୩ ଓଭରରେ ୬୬ ରନ୍‌ ଯୋଡ଼ିଥିଲେ। ତା’ ପରେ ବିସ୍ଫୋରକ ୪୨ ରନ୍‌ର ଇନିଂସ ଖେଳିଥିଲେ ଅଧିନାୟକ ସଞ୍ଜୁ ସାମସନ। କିନ୍ତୁ ଶିବମ ଦୁବେ ଅନ୍ତ୍ୟନ୍ତ ଧିମା ବ୍ୟାଟିଂ କରି ୩୧ ବଲରେ ମାତ୍ର ୩୫ ରନ୍‌ କରିଥିଲେ। ଅବଶ୍ୟ ତାଙ୍କ ଛୋଟିଆ ଇନିଂସରେ ସାମିଲ ଥିଲା ୨ ଲେଖାଏ ଚୌକା ଓ ଛକା। ଫଳରେ ରାଜସ୍ଥାନ ୪ ଉଇକେଟ ହରାଇ ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ୯ ବଲ ପୂର୍ବରୁ ୩ ଉଇକେଟ ହରାଇ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ମୁମ୍ବାଇ। ଦଳ ପାଇଁ ଡି’ କକ୍‌ ୭୦* (୬ ଚୌକା ଓ ୨ ଛକା) ଓ କ୍ରୁନାଲ ପାଣ୍ଡ୍ୟା ୩୯ ( ୨ ଲେଖାଏ ଚୌକା ଓ ଛକା) ରନ୍‌ କରିଥିଲେ। ରାଜସ୍ଥାନ ପକ୍ଷରୁ କ୍ରିସ ମୋରିସ ହାତେଇଥିଲେ ୨ ଉଇକେଟ।