Juanan Antonio Gonzalez Fernandez of Bengaluru FC celebrates a goal during match 21 of the 7th season of the Hero Indian Super League between Bengaluru FC and NorthEast United FC held at the Fatorda Stadium, Goa, India on the 8th December 2020 Photo by Vipin Pawar / Sportzpics for ISL
ସ୍କୋ,୨୦।୧୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍ସିକୁ ପରାସ୍ତ କରିଛି। ହାଇଦ୍ରାବାଦ ଚଳିତ ସିଜନରେ ପ୍ରଥମ ପରାଜୟ ବରଣ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମ୍ୟାଚରେ ମୁମ୍ବାଇ ପୂରା ପ୍ରଭାବ ବିସ୍ତାର କରି ଖେଳିଥିଲା। ୩୮ ମିନିଟ୍ରେ ବିଘ୍ନେଶ ଦକ୍ଷିଣ ମୂର୍ତ୍ତି ପ୍ରଥମ ଗୋଲ ସ୍କୋର କରି ମୁମ୍ବାଇକୁ ଅଗ୍ରଣୀ କରାଇଥିଲେ। ଏହାପରେ ୫୯ତମ ମିନିଟ୍ରେ ମୁମ୍ବାଇର ଇଂଲଣ୍ଡ ଷ୍ଟ୍ରାଇକର ଆଡାମ ଲେ ଫୋଣ୍ଡ୍ରେ ଗୋଲ ସ୍କୋର କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ସୁଯୋଗ ପାଇଥିଲେ ମଧ୍ୟ ହାଇଦ୍ରାବାଦ ତରଫରୁ କୌଣସି ଖେଳାଳି ଗୋଲ ସ୍କୋର କରି ପାରି ନ ଥିଲେ। ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳିଥିବା ମୁମ୍ବାଇର ଏହା ୫ ବିଜୟ। ଦଳ ୧୬ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି। ସେହିପରି ହାଇଦ୍ରାବାଦ ୬ଟି ମ୍ୟାଚ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ଗୋଟିଏ ପରାଜୟ ସହ ୯ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି।