ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ବେଲପୁର ଗ୍ରାମ ରାସ୍ତା କଡ଼ରେ। ସେହି ପାଖଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥିବା ବେଳେ କେତେବେଳେ କାହାର ଜୀବନ ଯେ ତାହା କହିହେବ ନାହିଁ। ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ସ୍ଥାନୀୟ ବିଦ୍ୟୁତ୍ ବିଭାଗ ଚେଇଁ ଶୋଇଥିବା ପରି ମନେ ହେଉଛି। ଅନେକ ସ୍ଥାନରେ ବିଦ୍ୟୁତ୍ ଅଘଟଣପରେ ବିଭିନ୍ନ ସ୍ଥାନରେ ଥିବା ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ ସହ କୌଣସି ଅଘଟଣ ଯେପରି ନ ଘଟେ ସେଥିପ୍ରତି ପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ହେଁ ବୁଗୁଡ଼ା ବିଦ୍ୟୁତ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନ ଥବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ବିଦ୍ୟୁତ୍ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଏହି ମୁକୁଳା ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି।