Categories: Home Leftଖେଳ

ଦଳରୁ ମୁକେଶ କୁମାରଙ୍କୁ ରିଲିଜ କଲା ବିସିସିଆଇ

ରାଜକୋଟ, ୧୫ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ପେସ୍‌ ବୋଲର ମୁକେଶ କୁମାରଙ୍କୁ ଭାରତୀୟ କ୍ରିକେଟ ଦଳରୁ ରିଲିଜ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଏକ ପ୍ରେସ୍‌ ଇସ୍ତାହାରରେ ଏହି ସୂଚନା ଦିଆଯାଇଛି।

ଶୁକ୍ରବାର ମୁକେଶ ବେଙ୍ଗଲ ପକ୍ଷରୁ ବିହାର ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ ଖେଳିବା ଲାଗି ତାଙ୍କୁ ଅନୁମତି ଦିଆଯାଇଛି। ଏହି ଡାହାଣହାତୀ ଖେଳାଳି ବିଶାଖାପାଟଣାରେ ଦ୍ୱିତୀୟ ଟେଷ୍ଟ ଖେଳିଥିଲେ। ଫେବୃୟାରୀ ୨୩ରେ ରାଞ୍ଚିରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ପାଇଁ ସେ କିନ୍ତୁ ଭାରତୀୟ ଦଳରେ ଯୋଗଦେବେ।

ଗୁରୁବାର ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ମୁକେଶଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ବଦଳ ଖେଳାଳି ଭାବେ ଚୂଡ଼ାନ୍ତ ଏକାଦଶରେ ନିଆଯାଇଛି। ବିଶାଖାପାଟଣାରେ ୩୦ ବର୍ଷୀୟ ମୁକେଶ କୁମାରଙ୍କ ପ୍ରଦର୍ଶନ ପ୍ରଭାବୀ ନ ଥିଲା। ପ୍ରଥମ ଇନିଂସରେ ସେ ତାଙ୍କ ୭ ଓଭର ବୋଲିଂରେ ୪୪ ରନ୍‌ଦେଇଥିଲେ ହେଁ ଗୋଟିଏ ହେଲେ ଉଇକେଟ ନେବାରେ ସଫଳ ହୋଇ ନ ଥିଲେ। ଦ୍ୱିତୀୟ ଇନିଂସରେ ସେ ୫ ଓଭର ବୋଲିଂ କରି ୨୬ରନରେ ଏକମାତ୍ର ଉଇକେଟ ଅକ୍ତିଆର କରିଥିଲେ।