Categories: Home Leftଖେଳ

ବିବାହ ବନ୍ଧନରେ ମୁକେଶ

ଗୁଆହାଟୀ,୨୯ା୧୧: ଭାରତୀୟ ଦଳର ଷ୍ଟ୍ରାଇକ୍‌ ବୋଲର ମୁକେଶ କୁମାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଟି୨୦ ମ୍ୟାଚ୍‌ ପୂର୍ବରୁ ମୁକେଶ ବିବାହ ପାଇଁ ଦଳରୁ ଛୁଟି ନେଇଥିଲେ। ବିହାରର ଛପ୍ରା ଅଞ୍ଚଳର ଦିବ୍ୟା ସିଂଙ୍କ ସହିତ ମୁକେଶ ବିବାହ କରୁଥିବା ବେଳେ ଉତ୍ତର ପ୍ରଦେଶର ଗୋରଖପୁରର ଏକ ହୋଟେଲରେ ଏହି ବିବାହ ହେଉଛି। ବିବାହ ପରେ ଡିସେମ୍ବର ୪ ତାରିଖରେ ମୁକେଶ ନିଜ ପୈତୃକ ଗ୍ରାମ କାକଡକୁଣ୍ଡରେ ଏକ ରିସେପ୍ସନ ପାର୍ଟି ପ୍ରଦାନ କରିବେ। ଚଳିତ ଫେବୃୟାରୀ ମାସରେ ଦିବ୍ୟାଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିଲା। ପରବର୍ତ୍ତୀ ୩ ମ୍ୟାଚ୍‌ରୁ ମୁକେଶ ଛୁଟି ନେଇଥିବା ବେଳେ ତାଙ୍କ ସ୍ଥାନରେ ଦୀପକ ଚହରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।