ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବାର୍ଷିକ ସାଧାରଣ ବୈଠକ(AGM 2025)ରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି। ପ୍ରଥମଟି ହେଉଛି ଜିଓ ପ୍ରତିଟି ଭାରତୀୟଙ୍କୁ ମୋବାଇଲ ଏବଂ ହୋମ୍ ବ୍ରୋଡ୍ବ୍ୟାଣ୍ଡ ସହ ଯୋଡ଼ିବ। ଜିଓ ପ୍ରତିଟି ଭାରତୀୟ ଘରକୁ ଡିଜିଟାଲ ସେବା ଯୋଗାଇଦେବ, ଯେମିତିକି Jio smart Home, Jio Tv+. Jio tv OS ଏବଂ ସହଜ ଅଟୋମେଶନ।
ତୃତୀୟ ଘୋଷଣାଟି ହେଉଛି ଜିଓ ଭାରତୀୟ ବ୍ୟବସାୟ ଏବଂ ଏଣ୍ଟରପ୍ରାଇଜ୍କୁ ସରଳ, ସ୍କେଲେବଲ୍ ଏବଂ ସୁରକ୍ଷିତ ପ୍ଲାଟଫର୍ମ ଜରିଆରେ ଡିଜିଟାଲ କରିବ। ଚତୁର୍ଥଟି ହେଉଛି ଜିଓ ଭାରତରେ ଏଆଇ କ୍ରାନ୍ତି ଆଣିବ। ଜିଓର ମନ୍ତ୍ର ହେଉଛି AI Everywhere For Everyone। ସେହିଭଳି ପଞ୍ଚମଟି ହେଉଛି ଜିଓ ଭାରତ ବାହାରେ ନିଜର ସଂଚାଳନ ବିସ୍ତାର କରିବ ଏବଂ ନିଜର ସ୍ବଦେଶୀ ଜ୍ଞାନକୌଶଳ ଦୁନିଆ ସାରା ଲୋକଙ୍କ ନିକଟରେ ପହଞ୍ଚାଇବ। ଏଆଇ ଏବେ ନୂଆ କାମଧେନୁ ବୋଲି ଅମ୍ବାନୀ କହିଛନ୍ତି।