Categories: Home Leftଖେଳ

ଅଜବ ସଂଯୋଗ ସହ ଧୋନୀଙ୍କ ରେକର୍ଡ

ଆବୁଧାବି,୨୬।୯: ମହେନ୍ଦ୍ର ସିଂ ଧୋନୀ ରବିବାର ଆଇପିଏଲରେ ଏକ ମାଇଲଷ୍ଟୋନର ଅଧିକାରୀ ହୋଇଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ଧୋନୀ ଦୁଇଟି କ୍ୟାଚ୍‌ ନେଇଥିଲେ। ଏଥିସହ ଆଇପିଏଲ ଇତିହାସରେ ଉଇକେଟକିପର ଭାବେ ସର୍ବାଧିକ କ୍ୟାଚ୍‌ ନେବାର ରେକର୍ଡକୁ ନିଜ ନାମରେ କରିଛନ୍ତି ଧୋନୀ।

କୌତୁହଳର ବିଷୟ ହେଉଛି, ଧୋନୀଙ୍କ ପୂର୍ବରୁ ଏହି ରେକର୍ଡ ଥିଲା ଦୀନେଶ କାର୍ତ୍ତିକଙ୍କ ନାମରେ। କାର୍ତ୍ତିକଙ୍କ କ୍ୟାଚ୍‌ ଧରିବା ସହ ତାଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ଧୋନୀ। ସିଏସ୍‌କେ ଅଧିନାୟକଙ୍କ ନାମରେ ଏବେ ୧୧୬ କ୍ୟାଚ୍‌ ଥିବା ବେଳେ କାର୍ତ୍ତିକ ଆଇପିଏଲରେ ୧୧୫ କ୍ୟାଚ୍‌ ଧରିଛନ୍ତି। ତେବେ ଆଇପିଏଲ ଇତିହାସରେ ସର୍ବାଧିକ ୩୯ ଷ୍ଟମ୍ପିଂ କରିବାର ରେକର୍ଡ ମଧ୍ୟ ଧୋନୀଙ୍କ ନାମରେ ରହିଛି।