ନୂଆଦିଲ୍ଲୀ, ୧୦।୧୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କେବଳ କ୍ରିକେଟ ପଡ଼ିଆରେ ତାଙ୍କର ଶାନ୍ତ ଆଚରଣ ପାଇଁ ନୁହେଁ ବରଂ ତାଙ୍କ ପ୍ରଶଂସକଙ୍କ ସମ୍ପର୍କ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ଏକ ଭିଡିଓ ସୋସିଆଲ ମିୃିଆରେ ଭାଇରାଲ ହେଉଛି, ଯେଉଁଥିରେ
ଧୋନୀ ଏକ ପ୍ରଶଂସକଙ୍କ ବାଇକ ଉପରେ ଅଟୋଗ୍ରାଫ ଦେଉଥିଲେ। ହେଲେ ହଠାାତ୍ ୩ ଲକ୍ଷ ଟଙ୍କାର ଏକ ବାଇକ ତୁରନ୍ତ ୩ କୋଟି ଟଙ୍କାରେ ପହଞ୍ଚିଗଲା!
ଧୋନୀ ବର୍ତ୍ତମାନ ରାଞ୍ଚିରେ ତାଙ୍କ ଫାର୍ମହାଉସରେ ସମୟ ବିତାଉଛନ୍ତି। ଏହି ସମୟରେ, ଜଣେ ପ୍ରଶଂସକ ତାଙ୍କର ରୟାଲ ଏନଫିଲ୍ଡ ଇଣ୍ଟରସେପ୍ଟର ୬୫୦ ଧରି ତାଙ୍କୁ ଭେଟିବାକୁ ଆସିଥିଲେ। ଭିଡିଓରେ, ଧୋନୀ ବାଇକକୁ ପ୍ରଶଂସା କରିଛନ୍ତି ଏବଂ ତା’ପରେ ଲାଲ ରୟାଲ ଏନଫିଲ୍ଡର ପେଟ୍ରୋଲ ଟାଙ୍କିରେ ସାଇନ କରିଛନ୍ତି। ପ୍ରଶଂସକ ଧୋନୀଙ୍କ ସିଗ୍ନେଚର ପାଇ ବହୁତ ଖୁସି ହୋଇଯାଇଥିଲେ। ଲକ୍ଷ ଲକ୍ଷ ଲୋକ ସୋସିଆଲ ମିଡିଆରେ ଭିଡିଓଟିକୁ ଦେଖିଛନ୍ତି ଏବଂ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ୩ ଲକ୍ଷ ଟଙ୍କାର ଏକ ବାଇକ ଏବେ ୩ କୋଟି ଟଙ୍କା ମୂଲ୍ୟର।”
ଯିବା ପୂର୍ବରୁ, ଧୋନୀ ହସି ପ୍ରଶଂସକଙ୍କୁ କହିଛନ୍ତି, ଚଳାଇକି ରିପୋର୍ଟ ଦିଅନ୍ତୁ। ଏହି ଧାଡି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହି ଭିଡିଓ ଅନଲାଇନରେ ୫୨ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଧୋନୀଙ୍କ ଏହି ଇଙ୍ଗିତ ସମସ୍ତଙ୍କ ହୃଦୟ ଜିତିଛି। ଅନେକ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, “େକେlତ ଭାଗ୍ୟବାନ ସେହି ପୁଅ ଯିଏ ଧୋନୀଙ୍କ ଅଟୋଗ୍ରାଫ ପାଇଲେ।