ଏହି କ୍ରିକେଟର୍‌ଙ୍କୁ ଡରୁଥିଲେ ଧୋନୀ

୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା। ଭାରତ ବିଶ୍ୱଚାମ୍ପିୟନ୍‌ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଲରାଉଣ୍ଡର ଯୁବରାଜ ସିଂ। ଏହି ବିଶ୍ୱକପ୍‌ରେ ସେ ୪ଥର ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏହି ବିଶ୍ୱକପ୍‌ ପରେ ଯୁବରାଜ କ୍ୟାନସର୍‌ ପୀଡିତ ହୋଇଥିବା ଜଣାପଡିଥିଲା। ଯୁବରାଜ ଭାରତୀୟ ଦଳର ଏକମାତ୍ର ଖେଳାଳିଙ୍କୁ ଏନେଇ ସୂଚନା ଦେଇଥିଲେ ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ଯୁବରାଜ ସିଂଙ୍କ ପୁସ୍ତକ ଦ ଟେଷ୍ଟ ଅଫ୍‌ ମାଇ ଲାଇଫ୍‌ ଉନ୍ମୋଚନ ଅବସରରେ ଧୋନୀ ଏକଥା ଖୁଲାସା କରିଥିଲେ। ଯୁବରାଜ ଏକଥା ମୋତେ କହିବା ପରେ କିଛି ସମୟ ପାଇଁ ମୁଁ ହତ୍‌ବାକ୍‌ ହୋଇଯାଇଥିଲି। ମୋ କଣ୍ଠରୋଧ ହୋଇଯାଉଥିଲା। ଯଦିଓ ମୁଁ ଜାଣିଥିଲି ଯୁବରାଜ ଜଣେ ମଜଭୁତ ମଣିଷ। ସେ ସାହସର ସହ ରୋଗର ସାମ୍ନା କରିବେ। ତଥାପି ତାଙ୍କୁ କ୍ୟାନସର ହୋଇଥିବା ସହଜରେ ବିଶ୍ୱାସ କରିପାରି ନ ଥିଲି। ଆଉ ଏକ ରହସ୍ୟ ଉପରୁ ପରଦା ଉଠାଇ ଧୋନୀ କହିଥିଲେ, ୟୁବି ଥରେ ରାଗରେ ଥିଲେ। ମୁଁ ତାଙ୍କୁ ପଚାରିଥିଲି, ତୁମେ ଯେଉଁ ରାଗୁଛ, ସତରେ ନାଁ ଏମିତି.. ଏହାର ଜବାବରେ ସେ କହିଥିଲେ ଓୟେ ବିହାରୀ ମୁଁ ମଜାକ କରେ, ଏହାକୁ ଗମ୍ଭୀରତାର ସହ କେବେ ନେବ ନାହିଁ। ମୁଁ କହିଲି ଆଜି ପରଠାରୁ ତୁମେ କେବେ ରାଗରେ ଥିଲେ ମୁଁ କେବେ ଗମ୍ଭୀରତାର ସହ ନେବି ନାହିଁି। ଏହାପୂର୍ବରୁ ଯୁବରାଜ କଥାକୁ ନେଇ ଡରି ଯାଉଥିଲି ବୋଲି ଧୋନୀ କହିଥିଲେ।

Share