ଧୋନୀଙ୍କ ପାଇଁ ଖୁସି ଖବର

ରାଞ୍ଚି,୨୯।୪: ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀଙ୍କ ମାତାପିତା କରୋନା ଲଢେଇରେ ବାଜିମାତ୍‌ କରିଛନ୍ତି। ଏକ ସପ୍ତାହ ପୂର୍ବରୁ ଧୋନୀଙ୍କ ପିତା ପାନ ସିଂ ଏବଂ ମାତା ଦେବିକା ଦେବୀ କରୋନା ଆକ୍ରାନ୍ତ ହୋଇ ରାଞ୍ଚିର ପଲ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଡାକ୍ତରମାନେ କହିଛନ୍ତି ଯେ ଧୋନିଙ୍କ ପିତାମାତା ସ୍ବାଭାବିକ ଅବସ୍ଥାରେ ଅଛନ୍ତି ଏବଂ ସେମାନଙ୍କର ଅମ୍ଳଜାନ ସ୍ତର ଭଲ ଅଛି। କରୋନା ଭୂତାଣୁ ଉଭୟଙ୍କ ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚି ନ ଥିଲା ବୋଲି ଡାକ୍ତର କହିଛନ୍ତି। ଧୋନୀ ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଚମତ୍କାର ପ୍ରଦର୍ଶନ କରୁଛି।