ଭାବପ୍ରବଣ ହେଲେ ଧୋନୀଙ୍କ ପ୍ରଶଂସକ

ମୁମ୍ବାଇ,୨୪।୩:ଦୀର୍ଘ ୧୪ ବର୍ଷ ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଛାଡିଛନ୍ତି। ୪୦ ବର୍ଷ ବୟସରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କର ନୂତନ ଉତ୍ତରାଧିକାରୀ ଭାବରେ ଚୟନ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଦୁଇ ଦିନ ପରେ ମାର୍ଚ୍ଚ ୨୬ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳିବ କିନ୍ତୁ ଏହା ପୂର୍ବରୁ ଧୋନୀଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇକୁ ଚାରିଥର ଟାଇଟଲ ଜିତାଇଥିବା ଧୋନୀ ଏବେ କେବଳ ଜଣେ ଖେଳାଳି ଭାବରେ ଖେଳିବେ। ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକମାନେ ମଧ୍ୟ ମାହିଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ବହୁତ ଭାବପ୍ରବଣ ହୋଇପଡିଛନ୍ତି। ଏକ ଯୁଗର ଅବସାନ ବୋଲି ଯୁଜର୍ସ କହିଛନ୍ତି। ଜଣେ ୟୁଜର୍ସ କହିଛନ୍ତି,ତୁମେ ସବୁବେଳେ ସିଏସ୍‌କେ ଅଂଶ ହୋଇ ରହିବ। ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଆରମ୍ଭ ଯେମିତି, ସମାପ୍ତ ବି ସେମିତି। ତୁମେ ସତରେ ଜଣେ କିମ୍ବଦନ୍ତୀ।